ଭାଙ୍ଗିଲା ଟାଙ୍ଗୀ ଚଢେଇଗୁଆଁ ତଳସାହିରେ ନଦୀବନ୍ଧ, ପାଣି ଘେରରେ ସାରା ଗାଁ

ଟାଙ୍ଗୀ(କେନ୍ୟୁଜ): ଭାଙ୍ଗିଲା ନଦୀବନ୍ଧ । ପ୍ରବଳ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଚଢେଇଗୁଆଁ ତଳସାହିରେ ନଦୀବନ୍ଧ ଭାଙ୍ଗିଛି । ଫଳରେ ଗାଁ ଭିତରେ ପାଣି ପଶିବାର ଭୟ ଦେଖାଦେଇଛି । ଉପକୂଳବର୍ତ୍ତୀ ଚିଲିକା ଅଞ୍ଚଳର ଘର ଭିତରେ ପଶିଛି ପାଣି ।
ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ହଜାର ହଜାର ଲୋକ । ଗାଁର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ବିପଦପୂର୍ଣ୍ଣ ଭାବେ ରହିଛି। ତୁରନ୍ତ ଏ ଦିଗରେ ପ୍ରଶାସନର ସହଯୋଗ ଲୋଡିଛନ୍ତି ସ୍ଥାନୀୟ ବାସିନ୍ଦା ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.