ଲିଆଣ୍ଡର ପେସ ଏବଂ ମହେଶ ଭୂପତିଙ୍କ ଫିଲ୍ମ ‘ବ୍ରେକପଏଣ୍ଟ’ର ପୋଷ୍ଟର ରିଲିଜ, ଦେଖିବାକୁ ମିଳିବ ଦୁହିଁଙ୍କ ଅଲଗା ହେବାର କାହାଣୀ

ଫିଲ୍ମ ‘ବ୍ରେକପଏଣ୍ଟ’ର ପୋଷ୍ଟର ରିଲିଜ ହୋଇଛି। ଏହି ଫିଲ୍ମକୁ ଅଶ୍ବିନୀ ଆୟାର ତିୱାରୀ ଏବଂ ନିତେଶ ତିୱାରୀ ନିର୍ଦ୍ଦେଶନା ଦେଉଛନ୍ତି। ଯାହା ଖୁବଶୀଘ୍ର ଜି୫ରେ ପ୍ରିମିଅର ହେବ। ଟେନିସ ଜଗତର ସବୁଠାରୁ ସଫଳ ଟିମ୍ ଭାବେ ବେଶ ଜଣାଶୁଣା ଦୁହିଁଙ୍କ ଉପରେ ଡକ୍ଯୁମେଣ୍ଟାରୀରେ ଦେଖିବାକୁ ମିଳିବ। ଲିଆଣ୍ଡର ପେସ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ଏବଂ ଟେନିସ ସହିତ ଜଡିତ ଏକ ଜଣାଶୁଣା ନାମ। ତାଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି କିନ୍ତୁ ଯେଉଁ କଥା କେହି ଜାଣିନାହାନ୍ତି ତାହା ହେଉଛି ମହେଶ ଭୂପତିଙ୍କ ସହିତ ‘ବ୍ରେକ ପଏଣ୍ଟ’ରେ ନଜର ଆସିବ।

ଏହି ଟେନିସ ଡବଲ ଯୋଡି ଭାରତର ଗୌରବ ଏବଂ ସେମାନଙ୍କ ବ୍ରୋମାନ୍ସ (ଭାଇଚାରା) ଏମିତି ରହିଥିଲା। ପେସ ଏବଂ ଭୂପତି ପ୍ରତେଯକ ନିଜ କ୍ଯାରିଅରରେ ୮ଟି ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଛନ୍ତି। ଭାରତରୁ ସବୁଠାରୁ ସଫଳ ଟେନିସ ଖେଳାଳି ଯିଏ ଏବେ ଟେନିସ ଖେଳକୁ ଆପଣାଇବା ପାଇଁ ଯୁବପିଢିଙ୍କୁ ପ୍ରେରିତ କରୁଛନ୍ତି।

 

View this post on Instagram

 

A post shared by Leander Paes OLY (@leanderpaes)

ଲିଆଣ୍ଡର ଏବଂ ମହେଶ ୧୯୯୯ ରେ ସମସ୍ତ ଗଚାରିଟି ଗ୍ରାଣ୍ଡସ୍ଲାମ ଫାଇନାଲରେ ପହଞ୍ଚିଥିବା ପ୍ରଥମ ଯୋଡି। ଏଭଳି କାରନାମା ୧୯୫୨ ପରେ ପ୍ରଥମ ଥର ପାଇଁ ଏପରି ହୋଇଥିଲା। କିନ୍ତୁ ପରେ ଏମାନଙ୍କୁ ଅଲଗା କରିଦିଆଯାଇଥିଲା। ଆଗାମୀ ସିରିଜ ‘ବ୍ରେକ ପଏଣ୍ଟ’ରେ ଏହିସବୁର ଖୁଲାସା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.