ଦୁର୍ବଳ ହୋଇଛି ଲଘୁଚାପ: ବଢିବାରେ ଲାଗିଛି ବିଭିନ୍ନ ନଦୀର ଜଳସ୍ତର, ଆଜିବି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର(କେନ୍ଯୁଜ୍): ବର୍ଷା କମିବା ପରେ ଏବେ ବଢିବାରେ ଲାଗିଛି ବିଭିନ୍ନ ନଦୀ ଜଳସ୍ତର। ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀ ପ୍ରବାହିତ ହେଉଛି। ଜଳକାର ମଥାନିଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବାବେଳେ ଏବେ ସେଠାରେ ୬.୪୧ ମିଟର ଉପରେ ଜଳ ପ୍ରବାହିତ ହେଉଛି।

ସେହିପରି ବୈଚରଣୀ ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବାବେଳେ ୧୮.୩୩ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ନ ଆସିଲେ ବି ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ତେଣୁ ରିଲିଫ୍‌ କାର୍ଯ୍ୟ ତ୍ୱରାନ୍ଵିତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର। ବନ୍ୟା ପରିସ୍ଥିତିକୁ ଏଡାଇବା ଲାଗି କଟକ ମୁଣ୍ଡୁଲି ଦେଇ ୫ରୁ ୬ଲକ୍ଷ କ୍ୟୁସେକ ଜଳ ନିଷ୍କାସନ କରାଯିବ। ହୀରାକୁଦର ୬ଟି ଗେଟ୍‌ ଖୋଲାଯାଇଛି। ଫଳରେ ମହାନଦୀର ତଳିଆ ଅଞ୍ଚଳ ଉପରେ ସତର୍କ ଦୃଷ୍ଟି ରଖାଯାଇଛି।

ଅନ୍ୟପଟେ ଦୁର୍ବଳ ହୋଇଛି ଲଘୁଚାପ । ଏବେ ଏହା ଛତିଶଗଡ଼ ଓ ମଧ୍ୟପ୍ରଦେଶ ମଧ୍ୟରେ ରହିଛି। ପ୍ରଭାବରେ ଆଜି ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.