ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ DRDO ୪ ଠିକା କର୍ମଚାରୀ ଗିରଫ, ହନି ଟ୍ରାପ୍ ରେ ଫସି ପାକିସ୍ତାନ ସଂସ୍ଥାକୁ ଦେଉଥିଲେ ତଥ୍ୟ

ବାଲେଶ୍ୱର (କେନ୍ୟୁଜ): ପାକିସ୍ତାନ ଯୁବତୀଙ୍କ ଫାଶରେ ପଡ଼ିଥିଲେ ଗିରଫ ୪ ଯୁବକ । ଯୁବତୀଙ୍କ ଫାଶରେ ପଡ଼ି ପାକିସ୍ତାନ ସଂସ୍ଥାକୁ ଦେଉଥିଲେ ତଥ୍ୟ । ଠୋସ୍‌ ପ୍ରମାଣ ମିଳିବା ପରେ ଚାନ୍ଦିପୁର DRDO ୪ ଠିକା କର୍ମଚାରୀଙ୍କ ଗିରଫ କରିଛି ପୋଲିସ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ବୁଲିବାକୁ ଇଛା କରୁଥିଲା ପାକିସ୍ତାନୀ ଏଜେଣ୍ଟ । ଗିରଫ ୪ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ପ୍ରତିଦିନର ତଥ୍ୟ ପାକିସ୍ତାନର ଜଣେ ମହିଳା ଏଜେଣ୍ଟ ନିକଟକୁ ପଠାଉଥିଲେ । ପାକିସ୍ତାନର ଏହି ମହିଳା ଏଜେଣ୍ଟ ଫେସବୁକରେ ଜଣେ ଠିକା କର୍ମଚାରୀଙ୍କ ସମ୍ପର୍କରେ ଆସିଥିଲେ । ମହିଳା ଏଜେଣ୍ଟ ଜଣକ ଉତ୍ତରପ୍ରଦେଶର ଜଣେ ଯୁବତୀ ଭାବେ ପରିଚୟ ଦେଉଥିଲା । ଜଣକ ପରେ ଜଣେ ୪ ଯୁବକ ଯୁବତୀ ସହ ସମ୍ପର୍କ ବଢ଼ାଇଥିଲେ ।

ଯୁବତୀ ଜଣକ ଚାନ୍ଦିପୁର ଘାଟି ବୁଲିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏଥିପାଇଁ ଏକ ସିମକାର୍ଡ ଦରକାର ଥିବା କହିଥିଲା । ଏଥିପାଇଁ ସେ ୨୦ ହଜାର ଟଙ୍କା ଦେଇଥିଲେ । ସିମକାର୍ଡ ପାଇବା ପରେ ସେଥିରେ ହ୍ଵାଟସଆପ୍‌ ନମ୍ବର ବ୍ୟବହାର କରିଥିଲା । ଏହି ହ୍ଵାଟସଆପ୍‌ ନମ୍ବରରେ କଥାବାର୍ତ୍ତା କରି ପ୍ରତିଦିନ କାର୍ଯ୍ୟକଳାପ ସମ୍ପର୍କରେ ତଥ୍ୟ ନେଉଥିଲା । ବିଭିନ୍ନ ବାହାନରେ ଏଜେଣ୍ଟ ଜଣକ ଲକ୍ଷାଧିକ ଟଙ୍କା ପଠାଇଥିବା ସୂଚନା ମିଳିଛି । ସିମକାର୍ଡ ବାଲେଶ୍ୱରରେ ଥିଲେ ମଧ୍ୟ ପାକିସ୍ତାନ ଏଜେଣ୍ଟ ଜଣକ ଏହାକୁ ବ୍ୟବହାର କରିପାରୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.