ଶେହନାଜଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଲେ ସିଦ୍ଧାର୍ଥଙ୍କ ମା, ଫ୍ୟାନ୍ସମାନେ ବି କରୁଛନ୍ତି ପ୍ରଶଂସା

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅଚାନକ ମୃତ୍ୟୁ ସମସ୍ତଙ୍କୁ ଏକ ପ୍ରକାର ଝଟକା ଦେଇଛି । ଏହି ଘଟଣାରେ ସିଦ୍ଧାର୍ଥଙ୍କ ଫ୍ୟାନ୍ସମାନେ ଖୁବ ଭାଙ୍ଗି ପଡିଛନ୍ତି । ଏହି ଘଟଣା ଯେଉଁ ଦୁଇଜଣଙ୍କୁ ଅଧିକ ପ୍ରଭାବିତ କରିଛି ସେମାନେ ହେଲେ ସିଦ୍ଧାର୍ଥଙ୍କ ମାଁ ରିତା ଶୁକ୍ଳା ଆଉ ଗାର୍ଲଫ୍ରେଣ୍ଡ ଶେହନାଜ ଗିଲ | ସିଦ୍ଧଙ୍କ ବିୟୋଗକୁ ଏଯାବତ ଗ୍ରହଣ କରିପାରି ନାହାନ୍ତି ଶେହନାଜ । ଗୋଟେ ପ୍ରକାର ଡିପ୍ରେସନକୁ ଚାଲି ଯାଇଛନ୍ତି କହିଲେ ଭୁଲ ହେବନି । ଆଉ ଏମିତି ଏକ ସମୟରେ ଶେହନାଜଙ୍କ ସାଥ ଦେଇଛନ୍ତି ରିତା । ଜଣେ ମାଁ ପରି ହିଁ ସେ ଶେହନାଜଙ୍କ ଦେଖାରଖା କରୁଛନ୍ତି । ସୂଚନାରୁ ଜଣାଯାଇଛିକି ରିତା ଜମା ବି ଚାହୁଁନାହାନ୍ତିକି ଶେହନାଜ କେବଳ ଆକ୍ଟରଙ୍କ ବିଷୟରେ ହିଁ ଚିନ୍ତା କରନ୍ତୁ ବୋଲି । ତାଙ୍କ ମତରେ ଏମିତି ହେଲେ ସେହନାଜ ହୁଏତ ଡିପ୍ରେସନରେ ଚାଲିଯାଇ ପାରନ୍ତି । ଏହି କାରଣରୁ ହିଁ ପୁଣି ଥରେ ନିଜ କାମକୁ ଫେରିବାକୁ ରିତା ଶେହନାଜଙ୍କୁ ପରାମର୍ଶ ଦେଇଛନ୍ତି । କାମରେ ବ୍ୟସ୍ତ ରହିଲେ ହିଁ ସେ ସମସ୍ତ ଦୁଃଖକୁ ଭୁଲି ପାରିବେ ବୋଲି ରିତା କହିଛନ୍ତି । ଖାଲି ସିଦ୍ଧାର୍ଥଙ୍କ ବିଷୟରେ ଭାବିବା ଛଡ଼ା ଅନ୍ୟ କୌଣସି କାମରେ ସେ ନିଜକୁ ବ୍ୟସ୍ତ ରଖିବା ଉଚିତ ।

ପୂର୍ବରୁ ଏକ ଖବର ଆସିଥିଲାକି ସିଦ୍ଧାର୍ଥଙ୍କୁ ହରେଇ ଠିକରେ ଖିଆପିଆ କରୁନାହାନ୍ତି ଶେହନାଜ । ଆଉ ତାଙ୍କୁ ସମ୍ଭାଳିବା ପାଇଁ ଭାଇ ସହବାଜ ବି ଆସି ମୁମ୍ବଈରେ ପହଂଚିଥିଲେ । ଆଉ ସେବେଠାରୁ ହିଁ ସେ ତାଙ୍କ ସାଥିରେ ଅଛନ୍ତି । ବିଶେଷ ସୂଚନାରୁ ଜଣାପଡିଥିଲାକି ଚଳିତ ବର୍ଷ ଡିସେମ୍ବରରେ ସିଡ଼ନାଜଙ୍କ ବିବାହ ହେବାର ଥିଲା । ସୋସିଆଲ ମିଡିଆରେ ଉଭୟଙ୍କ ଫ୍ୟାନ୍ସ ପେଜରେ ଉଭୟଙ୍କ ଫଟୋ ବି ଖୁବ ଭାଇରଲ ହୋଇଥିଲା । ଶୁଣାଯାଉଛିକି ଦୁହିଁଙ୍କ ନିର୍ବନ୍ଧ ପୂର୍ବରୁ ସରିଥିଲା । ଆଉ ଦୁହେଁ ବିବାହ ପ୍ରସ୍ତୁତିରେ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.