ରାତିର ବାସି ଭାତ ଫିଙ୍ଗନ୍ତୁ ନାହିଁ, ଏଥିରେ ବଢ଼ାଇ ପାରିବେ ଆପଣଙ୍କ ସୁନ୍ଦରତା; ଏହିଭଳି ବନାନ୍ତୁ ଫେସ୍‌ ପ୍ୟାକ୍‌

କୋରିୟାନ, ଚୀନ ଓ ଜାପାନର ମହିଳାମାନେ ପୂରା ବିଶ୍ୱରେ ନିଜର ଗ୍ଲୋଇଙ୍ଗ୍‌ ସ୍କିନ୍‌ ପାଇଁ ଖ୍ୟାତ। ଅନ୍ୟ ଦେଶର ମହିଳାମାନେ ସେମାନଙ୍କ ଭଳି ସ୍କିନ୍‌ ପାଇବାକୁ ସବୁବେଳେ ଇଚ୍ଛା ରଖି ଥାଆନ୍ତି। ତେବେ ଚୀନ, ଜାପାନ ଆଦି ସ୍ଥାନରେ ନିଜର ସୁନ୍ଦରତାକୁ ବଢ଼ାଇବା ପାଇଁ ମହିଳାମାନେ ଭାତ ମଣ୍ଡ ବ୍ୟବହାର କରିଥାଆନ୍ତି। ଏମିତିରେ ଆଜି ଆମେ ଆପଣଙ୍କୁ ବାସି ଭାତରେ ପ୍ରସ୍ତୁତ ଫେସ୍‌ ପ୍ୟାକ୍‌ ବିଷୟରେ କହିବୁ। ଏହି ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ରାତିର କିମ୍ବା ପୂର୍ବ ଦିନର ବାସି ଭାତ ଦରକାର।

ଏମିତି ପ୍ରସ୍ତୁତ କରନ୍ତୁ ଭାତର ଫେସ୍‌ ପ୍ୟାକ୍‌

ପ୍ରଥମେ ରାତିର ବାସି ଭାତକୁ ମିକ୍ସିରେ ପେଶି ନିଅନ୍ତୁ। ଏକ ପାତ୍ରରେ ୩ ଚାମଚ ବ୍ଲେଣ୍ଡିଡ୍‌ ରାଇସ୍‌, ୨ ଛୋଟ ଚାମଚ ମହୁ ଏବଂ ୧ ଚାମଚ କ୍ଷୀର ମିଶାନ୍ତୁ। ଏ ସମସ୍ତ ମିଶ୍ରଣକୁ ଚେହେରାରେ ଲଗାନ୍ତୁ ଏବଂ ଶୁଖିଗଲା ପରେ ଚେହେରାକୁ ସ୍କ୍ରବ୍‌ କରି ଧୋଇ ନିଅନ୍ତୁ।

ଡ୍ରାଏ ସ୍କିନ୍‌ ପାଇଁ: ଯଦି ଆପଣଙ୍କ ସ୍କିନ୍‌ ଡ୍ରାଏ, ତା’ହେଲେ ଅଧା କପ୍‌ ବାସି ଭାତରେ ଦୁଇ ଚାମଚ ଡାଲଚିନି ପାଉଡର ଏବଂ ୧ ଚାମଚ ଗ୍ଲିସେରିନ୍‌ ମିଶାଇ ଚେହେରାରେ ଲଗାନ୍ତୁ।

ଅଏଲି ସ୍କିନ୍‌ ପାଇଁ: ବାସି ଭାତରେ ମହୁ, ଦହି, ଗୋଲାପ ଜଳ ଭଳି ଜିନିଷ ମିଶାଇ ପାରିବେ। ଏହା ସ୍କିନ୍‌ର ମଇଶ୍ଚରକୁ କ୍ଷତି ନ ପହଞ୍ଚାଇ ଅତିରିକ୍ତ ତୈଳକୁ ରିମୁଭ୍‌ କରିବାରେ ସାହାଯ୍ୟ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.