ବ୍ରହ୍ମପୁର(କେନ୍ଯୁଜ୍): ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ବ୍ରହ୍ମପୁରରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏହା ସହିତ ଦୁଇ ଜଣ ଡ୍ରାଇଭର ମଧ୍ୟ ଗିରଫ ହୋଇଛନ୍ତି ।
ଟ୍ରକର ଡାଲା ତଳେ ସିକ୍ରେଟ ଚାମ୍ବର କରି ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା । ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରିଥିଲା । ଟ୍ରକ୍ ଯୋଗେ ନାଗପୁର ଯାଉଥିବାବେଳେ ଖୋଡାସିଂ ଛକରେ ଅବକାରି ବିଭାଗ ପକ୍ଷରୁ ଚଢଉ କରାଯାଇ ଏସବୁ ଜବତ କରାଯାଇଛି ।