ଅଦ୍ଭୁତ! ଟଙ୍କା ପାଇଁ ପୁରୁଷଙ୍କୁ ଅପମାନିତ କରିଥାଆନ୍ତି ଏହି ମହିଳା, ହଜାର ହଜାର ଟଙ୍କା ଦେଇ ଲୋକେ ମଧ୍ୟ ନିଜର ହିଁ କରେଇ ଥାଆନ୍ତି ଅପମାନ

ସାଧାରଣତଃ ଲୋକେ ସହଜ ଉପାୟରେ ପଇସା ରୋଜଗାରର ବାଟ ଖୋଜନ୍ତି। କିନ୍ତୁ କିଛି ଲୋକ ଅଧିକ ପଇସା କମାଇବା ପାଇଁ ଭୁଲ୍‌ ରାସ୍ତାରେ ଚାଲି ଯାଆନ୍ତି। ଏବେ ଏବେ ସୋସିଆଲ ମିଡିଆରେ ଏକ ଅଦ୍ଭୁତ ଉପାୟକୁ ନେଇ ଖୁବ୍‌ ଚର୍ଚ୍ଚା ଆଲୋଚନା ହେଉଛି, ଯାହା ବିଷୟରେ ଜଣେ ମହିଳା ଖୁଲାସା କରିଛନ୍ତି। ମହିଳା ଜଣକ ଜଣେ ଟିକ୍‌ଟକର, ଯିଏ ନିକଟରେ ନିଜର ଏକ ଭିଡିଓ ଜରିଆରେ ଟଙ୍କା ରୋଜଗାରର ତରିକା ବିଷୟରେ କହିଛନ୍ତି।

ମହିଳାଙ୍କ ନାଁ ନିକ୍କି ଫକ୍ସ, ଯିଏ ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର। ଇନ୍‌ଷ୍ଟାଗ୍ରାମରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। ରିପୋର୍ଟ ମୁତାବକ, ନିକଟରେ ନିକ୍କି ଏକ ଭିଡିଓ ଟିକ୍‌ଟକରେ ସେୟାର କରିଛନ୍ତି, ଯେଉଁଥିରେ ସେ ବହୁତ ଆଶ୍ଚର୍ଯ୍ୟଜନକ କଥାର ଖୁଲାସା କରିଛନ୍ତି। ନିକ୍କି କହିଛନ୍ତି ଯେ ଲୋକମାନେ ନିଜର ହିଁ ଅପମାନ କରିବା ପାଇଁ ତାଙ୍କୁ ଟଙ୍କା ଦେଇଥାଆନ୍ତି। ଅନେକ ବାର ଲୋକମାନେ ପ୍ରସିଦ୍ଧ ହେବା ପାଇଁ ନଚେତ୍‌ ସେମାନଙ୍କ ବିଷୟରେ ପ୍ରଚାର ପ୍ରସାର ପାଇଁ ଏମିତି କରିଥାଆନ୍ତି। ଯଦିଓ ନିକ୍କି ଏ ନେଇ ବହୁତ ଆଶ୍ଚର୍ଯ୍ୟ ହୁଅନ୍ତି ଯେ କାହିଁକି ଲୋକମାନେ ଏମିତି କରନ୍ତି।

ଭିଡିଓରେ ନିକ୍କି ଏକ ଚ୍ୟାଟ୍‌ ଦେଖାଇଥିଲେ, ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କୁ ଅଜବ ପ୍ରକାରର ସାହାଯ୍ୟ ମାଗିଛନ୍ତି। ଭିଡିଓରେ ସେ କହିଛନ୍ତି, ଏହି ଉପାୟରେ ମୁଁ କେବଳ ଜଣେ ଖରାପ ମହିଳା ହୋଇ ଟଙ୍କା ରୋଜଗାର କରିଛି। ଜଣେ ବ୍ୟକ୍ତି ମୋତେ ଇନ୍‌ଷ୍ଟାଗ୍ରାମରେ ମେସେଜ କରିଥିଲେ ଏବଂ କହିଥିଲେ କି, ସେ ମୋ ଘରର ବିଲ୍‌ ଭରିଦେବେ। ବାସ୍‌, ଏହା ବଦଳରେ ମୋତେ ତାଙ୍କୁ ଅପମାନିତ କରିବାକୁ ହେବ। ମୁଁ ଜଣେ ଖରାପ ମଣିଷ ନୁହେଁ, ତେଣୁ ଏହା କରିବା ମୋ ପାଇଁ କଷ୍ଟସାଧ୍ୟ ଥିଲା। ହେଲେ ପରେ ଭାବିଲି ଯେ ପଇସା ମୋ ହାତରୁ ନ ଯାଉ। ତେଣୁ ସେହି ବ୍ୟକ୍ତିଙ୍କୁ କହିଲି ମୁଁ ଏହା କରିବା ପାଇଁ ପ୍ରସ୍ତୁତ। ହେଲେ କୌଣସି ବି ଭିଡିଓ ବନାଇବି ନାହିଁ, କେବଳ ଅଡିଓ ମେସେଜ ହିଁ ପଠାଇବି।

ନିକ୍କି କହିଛନ୍ତି, ସେ ବ୍ୟକ୍ତିଙ୍କୁ ଏକ ଭଏସ୍‌ ନୋଟ୍‌ ପଠାଇଥିଲେ, ଯେଉଁଥିରେ ସେ ତାଙ୍କୁ ଅପମାନିତ କରିଥିଲେ। ତାଙ୍କ ଉପରେ ମିଛରେ ରାଗି କହିଥିଲେ ଯେ ଜଲ୍‌ଦି ହିଁ ମୋ ବିଲ୍‌ ଭର। ନିକ୍କିଙ୍କ କହିବା ହେଲା, ପ୍ରଥମ ସୁଯୋଗରେ ସେ ସଫଳ ରହିଥିଲେ, ଯେଉଁ କାରଣରୁ ବ୍ୟକ୍ତି ଜଣକ ଦ୍ୱିତୀୟ ଥର ତାଙ୍କର ବିଲ୍‌ ଭରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ତେବେ ନିକ୍କି ନିଜ ଫଲୋୟର୍ସଙ୍କୁ ମଧ୍ୟ କହିଥିଲେ ଯେ ସେମାନେ ମଧ୍ୟ ସବୁବେଳେ ନିଜ ମେସେଜ୍‌ଗୁଡ଼ିକୁ ଦେଖି ଚାଲନ୍ତୁ। ହୋଇପାରେ ସେମାନଙ୍କ ପାଖକୁ ବି ଏମିତି ମେସେଜ ଆସୁଥାଇପାରେ। ନିକ୍କିଙ୍କ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଅନେକ ଭ୍ୟୁଜ୍‌ ମିଳି ସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.