ଭୁବନେଶ୍ୱର(କେ ନ୍ୟୁଜ): ବଦଳିବ ଜେଲ ସୁରକ୍ଷା ଢାଞ୍ଚା । ଏଣିକି କଏଦୀଙ୍କୁ ଜଗିବ ଡ୍ରୋନ୍ କ୍ୟାମେରା । କଟକର ଚୌଦ୍ୱାର ସର୍କଲ ଓ ଭୁବନେଶ୍ୱର ଝାରପଡ଼ା ଜେଲରେ ଉଡିବ ଡ୍ରୋନ କ୍ୟାମେରା । କଏଦୀଙ୍କ ଗତିବିଧି ଉପରେ ନଜର ରଖିବ । କଏଦୀ କଣ କରୁଛନ୍ତି, ତାଙ୍କୁ କିଏ ଦେଖା କରିବାକୁ ଆସୁଛି ସବୁ ଉପରେ ନଜର ରହିବ। ତିହାର ଜେଲ ଢାଞ୍ଚାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବ ଜେଲ ବିଭାଗ । ଚୌଦ୍ୱାର ଓ ଝାରପଡା ଜେଲରେ ଟେଲିଫୋନ ବୁଥ୍ ବ୍ୟବସ୍ଥା ମଧ୍ୟ କରାଯିବ ।
ଉଭୟ ଜେଲରେ ୪ଟି ଲେଖାଏ ବୁଥ୍ ଖୋଲିବ । କଏଦୀମାନେ ନିଜ ଘରର ୨ଟି ନମ୍ବର ଏହି ବୁଥ୍ରେ ଦେବେ । କେବଳ କଏଦୀ ଦେଇଥିବା ନମ୍ବରକୁ ହିଁ ଫୋନ କରାଯିବ । ଅନ୍ୟ ନମ୍ବରକୁ ଫୋନ କଲେ ଯିବ ନାହିଁ । ୫ ମିନିଟ୍ ପର୍ଯ୍ୟନ୍ତ କଏଦୀ କଥା ହୋଇପାରିବେ । ପରେ ଅଟୋମେଟିକ୍ ଫୋନ କଟିଯିବ ବୋଲି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।