T20 World Cupରେ କାହିଁକି ସବୁ ଥର ପାକିସ୍ତାନକୁ ହରାଇ ଦେଇଥାଏ ଟିମ୍ ଇଣ୍ଡିଆ? ଜାଣନ୍ତୁ ଏହି ବଡ଼ କାରଣ
ଟି-୨୦ ବିଶ୍ୱ କପ୍ ୨୦୨୧ର ପ୍ରଥମ ମ୍ୟାଚ୍ରେ ଭାରତ, ପାକିସ୍ତାନ ଟିମ୍କୁ ସାମ୍ନା କରିବ। ଭାରତୀୟ ଟିମ୍ ଏହି ବିଶ୍ୱ କପ୍ ଜିତିବାର ସବୁଠାରୁ ବଡ଼ ଦାବିଦାର ରହିଛି। ତେବେ ୨୦୦୭ ପରଠାରୁ ଆଜି ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ କେବେ ବି ଟି-୨୦ ବିଶ୍ୱ କପ୍ର ଚାମ୍ପିୟନ ହୋଇପାରି ନାହିଁ। ଦଳ ନିଜର ଶେଷ ଟି-୨୦ ବିଶ୍ୱ କପ୍ର ଟାଇଟଲ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟିକତ୍ୱରେ ଜିତିଥିଲା। ଏମିତିରେ ଏଥର ଟିମ୍ ଇଣ୍ଡିଆର ନଜର ୧୪ ବର୍ଷର ବନବାସ ଶେଷ କରି ଏହି ଟ୍ରଫି ଜିତିବା ଉପରେ ରହିବ। ଭାରତ ଓ ପାକିସ୍ତାନ ଟିମ୍ ବିଶ୍ୱ କପ୍ରେ ଯେବେ ବି ସାମ୍ନାସାମ୍ନି ହୁଅନ୍ତି, ତ ଦର୍ଶକଙ୍କ ମଧ୍ୟରେ ଏକ ପ୍ରକାର ରେମାଞ୍ଚ ଭରି ଯାଇଥାଏ। ବର୍ତ୍ତମାନ ମ୍ୟାଚ୍ ପୂର୍ବରୁ ହିଁ ଦୁଇ ପକ୍ଷଙ୍କ ତରଫରୁ ବିଭିନ୍ନ ବୟାନ ସାମ୍ନାକୁ ଆସିବାରେ ଲାଗିଛି।
ବିଶ୍ୱ କପ୍ରେ ଏଥିପାଇଁ ଜିତି ଯାଇଥାଏ ଟିମ୍ ଇଣ୍ଡିଆ
ଭାରତର ପୋଖତ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ଵାଗ କହିଛନ୍ତି କି, ‘ଯଦି ମୁଁ ୨୦୧୧ ବିଶ୍ୱ କପ୍ କିମ୍ବା ୨୦୦୩ ବିଶ୍ୱ କପ୍ର କଥା କହିବି, ତ ସେହି ସମୟରେ ଆମେ କମ୍ ଚାପରେ ଥିଲୁ। କାହିଁକିନା, ବିଶ୍ୱ କପ୍ରେ ଆମର ସ୍ଥାନ ପାକିସ୍ତାନଠାରୁ ବଢ଼ିଆ ରହି ଆସିଛି। ତେଣୁ ମୋ ମତରେ, ଯେତେବେଳେ ଆମେ ଏମିତି ମନୋଭାବର ସହ ଖେଳୁ, ଆମେ କେବେ ବଡ଼ ବଡ଼ କଥା କହୁ ନାହୁଁ। ଯେତେବେଳେ କି, ପାକିସ୍ତାନ ତରଫରୁ ସବୁବେଳେ ବଡ଼ ବଡ଼ କଥା କୁହାଯାଇଥାଏ’। ସେ କହିଥିଲେ, ‘ଟିମ୍ ଇଣ୍ଡିଆ ପ୍ରସ୍ତୁତିର ସହିତ ଯାଇଥାଏ ଏବଂ ଯେତେବେଳେ ଆପଣ ପ୍ରସ୍ତୁତିର ସହିତ ଯିବେ, ତ ଆପଣଙ୍କୁ ପୂର୍ବରୁ ହିଁ ଜଣା ପଡ଼ିଯିବ କି, ଫଳାଫଳ କ’ଣ ହେବ’।
ପାକିସ୍ତାନ ଏଥର ମଜଭୁତ ଟିମ୍
ସେହଓ୍ଵାଗ ଆଗକୁ କହିଥିଲେ କି, ‘ଯଦି ଆମେ ବର୍ତ୍ତମାନର ପରିସ୍ଥିତି ଏବଂ ଏହି ଫର୍ମାଟ ବିଷୟରେ ଆଲୋଚନା କରିବା, ତ ମୁଁ କହିବି କି, ଏଠାରେ ପାକିସ୍ତାନକୁ ସବୁବେଳେ ଅଧିକ ମଉକା ମିଳି ଆସିଛି। କାହିଁକିନା, ପାକିସ୍ତାନ ଦିନିକିଆ କ୍ରିକେଟରେ ଏତେ ଭଲ ଖେଳି ନ ଥାଏ। କିନ୍ତୁ ଏହି ଫର୍ମାଟରେ ଜଣେ ଖେଳାଳି ହିଁ କୌଣସି ଟିମ୍କୁ ହରାଇ ପାରିଥାଏ। ହେଲେ ଏହା ସତ୍ତ୍ୱେ ପାକିସ୍ତାନ ଏ ପର୍ଯ୍ୟନ୍ତ ଏମିତି କରିପାରି ନାହିଁ। ଦେଖାଯାଉ ଅକ୍ଟୋବର ୨୪ରେ କ’ଣ ହେଉଛି’।
୨୪ ତାରିଖରେ ହେବ ମହା ମୁକାବିଲା
ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱ କପ୍ରେ ୫ ମୁକାବିଲା ହୋଇଛି, ଯେଉଁଥିରେ ଆଜି ପର୍ଯ୍ୟନ୍ତ ପାକିସ୍ତାନ, ଭାରତଠାରୁ ଜିତିପାରି ନାହିଁ। ୨୪ ଅକ୍ଟୋବରରେ ଦୁଇ ଟିମ୍ ୨ ବର୍ଷ ପରେ ସାମ୍ନାସାମ୍ନି ହେବେ। ଗତଥର ୨୦୧୯ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦିନିକିଆ ବିଶ୍ୱ କପ୍ରେ ମୁକାବିଲା ହୋଇଥିଲା, ଯେଉଁଥିରେ ଭାରତ, ପାକିସ୍ତାନକୁ ବଡ଼ ବ୍ୟବଧାନରେ ହରାଇଥିଲା। ଓ୍ଵାନ୍ ଡେ’ ବିଶ୍ୱ କପ୍ରେ ମଧ୍ୟ ଭାରତର ପଲ୍ଲା ପାକିସ୍ତାନ ଉପରେ ଭାରି ରହି ଆସିଛି।