କୁମ୍ଭୀରପୂର୍ଣ୍ଣ ପୋଖରୀରେ ଖସିପଡ଼ିଲା ମହିଳାଙ୍କ ମୋବାଇଲ୍‌, ପାଣିରୁ ଏମିତି ଚାଲାକିରେ କାଢ଼ିଆଣି ମୋବାଇଲ ଦେଲା ଓଧ

ନୂଆଦିଲ୍ଲୀ : ବହୁତ ସହାୟମାଚୀନର ସାଂଘାଇ ସ୍ଥିତ ଏକ ବଣ୍ୟଜନ୍ତୁ ପାର୍କକୁ ବୁଲି ଆସିଥିବା ଜଣେ ମହିଳାଙ୍କ ମୋବାଇଲ ଖସିପଡ଼ିଲା ସେଠାରେ ଥିବା ଏକ ପୋଖରୀରେ । ଯେଉଁ ପୋଖରୀରେ ଥିଲେ ଶହ ଶହ କୁମ୍ଭୀର । ହେଲେ ଏକ ଓଧ ଅତି ଚାଲାକିର ସହ ଏହାକୁ ପାଣିରୁ କାଢ଼ି ଆଣିଥିଲା । ଖାଲି ସେତିକି ନୁହେଁ ଏଥିପାଇଁ ମହିଳା ଓଧଟିକୁ ଗିପ୍ଟ ଆକାରରେ ମାଛ ମଧ୍ୟ ଦେଇଥିଲେ । ଆସନ୍ତୁ ଜାଣିବା ପୁରା ଘଟଣା ।

ପଶୁ-ପକ୍ଷୀମାନେ ମନୁଷ୍ୟର ବହୁତ କାମରେ ଆସିଥାନ୍ତି । ଏମାନେ ଏପରି କାମ କରି ଦେଖାଇଥାନ୍ତି ଯେ ଯାହା କୌଣସି ମଣିଷ ପକ୍ଷରେ କରିବା ଅସମ୍ଭବ ହୋଇଥାଏ । ଚୀନର ଏକ ଆନିମଲ ପାର୍କକୁ ବୁଲିଆସିଥିବା ଜଣେ ମହିଳା ଭିଡ଼ିଓ ବନାଉଥିବା ବେଳେ ଏହା ହଠାତ୍‌ ସେଠାରେ ଥିବା ଏକ ପୋଖରୀ ଭିତରକୁ ଖସିପଡ଼ିଥିଲା ।

otter

ଯେଉଁଥିରେ ଶହ ଶହ ସଂଖ୍ୟାର କୁମ୍ଭୀର ଥିଲେ । ପୋଖରୀରୁ ମୋବାଇଲ କାଢ଼ିବା ଏକ ପ୍ରକାର ଅସମ୍ଭବ ଥିଲା । ହେଲେ ହଠାତ୍‌ ପାଣି ଭିତରେ ଥିବା ଏକ ଓଧ ମୋବାଇଲଟିକୁ ଦାନ୍ତରେ କାମୁଡ଼ି ଆଣି ମହିଳାଙ୍କୁ ମୋବାଇଲ ଫେରାଇ ଦେଇଥିଲେ । ଏହି ଓଧର ଚାଲାକି ସମ୍ପର୍କରେ ଚର୍ଚ୍ଚା ଜୋର ଧରିଛି ।

ପୋଖରୀ ପାଖରେ ଜଣେ ଆନିମଲ ପାର୍କର କର୍ମଚାରୀ ରହି କୁମ୍ଭୀରକୁ ଖାଦ୍ୟ ଦେଉଥିଲେ । କୁମ୍ଭୀରମାନେ ଖାଦ୍ୟ ନେଉଥିବା ବେଳେ ମହିଳା ଜଣକ ଏହାର ଭିଡ଼ିଓ ବନାଉଥିଲେ । ପାର୍କର କର୍ମଚାରୀଙ୍କ କଥାରେ ଉକ୍ତ ଓଧ ମଧ୍ୟ କିଛି ଚମତ୍କାରୀ ଖେଳ ଦେଖାଉଥିଲା ।

ହେଲେ ହଠାତ୍‌ ତାଙ୍କ ମୋବାଇଲ କୁମ୍ଭୀର ଥିବା ଉକ୍ତ ପୋଖରୀ ମଧ୍ୟକୁ ଖସି ପଡ଼ିଥିଲା । ଏହା ଦେଖି ଓଧଟି ହଠାତ ପାଣିକୁ ଡେଇଁ ମହିଳାଙ୍କ ମୋବାଇଲ ଫୋନକୁ ପାଣିରୁ କାଢ଼ି ଆଣିଥିଲା । ଏହା ଦେଖି ସମସ୍ତେ ଓଧଟିର ବୁଦ୍ଧିକୁ ପ୍ରଶଂସା କରି ତାଳି ମାରି ସ୍ୱାଗତ କରିଥିଲେ ।

ମହିଳା ଜଣକ ମୋବାଇଲ ଫେରି ପାଇବା ପରେ ଓଧଟିକୁ ପୁରସ୍କାର ସ୍ୱରୁପ ଏକ ବଡ଼ ମାଛ ମଧ୍ୟ ଖାଇବାକୁ ଦେଇଥିଲେ । ଏହି ସମସ୍ତ ଦୃଶ୍ୟକୁ ସେଠାରେ ଥିବା ଅନ୍ୟଜଣେ ପର୍ଯ୍ୟଟକ ତାଙ୍କ ମୋବାଇଲରେ ରେକର୍ଡ କରିନେଇଥିଲେ । ଏହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଓଧର ଏହି କାର୍ଯ୍ୟ ପାଇଁ ଆନିମଲ ପାର୍କ ପକ୍ଷରୁ ମଧ୍ୟ ଉକ୍ତ ଓଧକୁ ରାତ୍ର ଭୋଜନରେ ଅଧିକ ଏକ ମାଛ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.