ବାସ୍ତୁ ଟିପ୍ସ : ରାତିରେ କରନ୍ତୁ ନାହିଁ ଘରେ ଦୈନିକ କରୁଥିବା ଏହି ଜରୁରୀ କାମ, ଜାଣନ୍ତୁ କ’ଣ କହୁଛି ବାସ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ ଘର ସଫା ସୁତର ରଖିବା ଉଚିତ୍‌ । ଘରେ ମା’ ଲକ୍ଷ୍ମୀ ବାସ କରନ୍ତି ଯଦି ଘର ସଫା ସୁତର ସହ ବ୍ୟବସ୍ଥିତ ଥିବ । ବାସ୍ତୁ ଶାସ୍ତ୍ର କେବଳ ଘରର ଦିଗ ଉପରେ ମହତ୍ତ୍ୱ ଦେଇନଥାଏ । ଘର ସହ ସମ୍ପର୍କିତ କାମ ସମ୍ପର୍କରେ ମଧ୍ୟ କହିଥାଏ । ଘର ସଫା ରଖିବା ପାଇଁ ଝାଡ଼ୁର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ଏଥିପାଇଁ ମଧ୍ୟ କିଛି ନିୟମ ରହିଛି । ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ।

ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳ ସମୟରେ ଝାଡ଼ୁ ଲଗାଇବା ଶ୍ରେଷ୍ଠ ଅଟେ । ସୂର୍ଯ୍ୟ ଥିବା ଯାଏ ମଧ୍ୟ ଝାଡ଼ୁ ଲଗାଇବା କରାଯାଇପାରେ । ହେଲେ ସୂର୍ଯ୍ୟ ଅସ୍ତ ହେଲେ ଝାଡ଼ୁ ଲଗାଇବା ଶାସ୍ତ୍ର ସମ୍ମତ ନୁହେଁ । ତେବେ ନିହାତି ଆବଶ୍ୟକ ଥିଲେ ସନ୍ଧ୍ୟାରେ ଝାଡ଼ୁ ଲଗାଇ ପାରିବେ ।

broom-

ସନ୍ଧ୍ୟା ଗଡ଼ିଯିବା ପରେ କିମ୍ବା ବିଳମ୍ବିତ ରାତିରେ ଝାଡ଼ୁ ଲଗାଇବା ଦୋଷାବହ ମନାଯାଇଥାଏ । ଏମିତି କରିବା ଦ୍ୱାରା ଘରେ ଲକ୍ଷ୍ମୀ ରହିନଥାନ୍ତି । ଏଥିସହିତ ଘରର ସୁଖ,ଶାନ୍ତି ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ଦେଖାଯାଇଥାଏ । ଏହାର ଅନ୍ୟ କାରଣ ଯେ ରାତିରେ ଆଲୋକ ଅଭାବରୁ ଛୋଟ ବସ୍ତୁ ନଜରରେ ପଡ଼ିନଥାଏ । ତେଣୁ ଝାଡ଼ୁ ଲଗାଇବା ବେଳେ ଛୋଟ ଜିନିଷ ହଜିଯିବାର ଭୟ ଥାଏ ।

ପୁରୁଣା ବ୍ୟବସ୍ଥା ଅନୁଯାୟୀ ରାତି ସମୟରେ ଘରର କୋଣ ସବୁ ସଫା କରିବା କଠିନ ହୋଇଥାଏ । ବାସ୍ତୁ ଅନୁଯାୟୀ ଝାଡ଼ୁକୁ ଯେଉଁଠି ନାହିଁ ସେଠି ରଖିବା ଉଚିତ୍‌ ନୁହେଁ । ଏହାକୁ ଖୋଲା ରଖିବା ଉଚିତ୍‌ ନୁହେଁ କିମ୍ବା ଠିଆ କରି ରଖିବା ଉଚିତ୍‌ ନୁହେଁ । ଝାଡ଼ୁକୁ ଖୋଲା ରଖିଲେ ଘରେ କଳହ ହୋଇଥାଏ । ତେଣୁ ଏହାକୁ ସର୍ବଦା ଲୁଚାଇ କରି ରଖିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.