ଖୁବ ଶୀଘ୍ର ବଲିଉଡ଼ ଡେବ୍ଯୁ କରୁଛନ୍ତି ସାଉଥ ସୁପରଷ୍ଟାର ମହେଶ ବାବୁ ?

ମୁମ୍ବାଇ : ଦକ୍ଷିଣ ଭାରତର ସୁପରଷ୍ଟାର ମହେଶ ବାବୁ ଖୁବ୍ ଶୀଘ୍ର ବଲିଉଡ଼ରେ  ଡ଼େବ୍ଯୁ କରିବାକୁ ଯାଉଛନ୍ତି। ବିଗତ କିଛି ବର୍ଷ ହେବ ବଲିଉଡ଼ରେ ସାଉଡ଼ ଷ୍ଟାରଙ୍କର ଅଧିକ କ୍ରେଜ ଦେଖିବାକୁ ମିଳୁଛି। ଏଣୁ ଏନେଇ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ ତାଙ୍କୁ ନେଇ ବଲିଉଡ଼ ଫିଲ୍ମ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ଖୁବ୍ ଶୀଘ୍ର ନିର୍ଦ୍ଦେଶକ ଏସ ଏସ ରାଜମୋଲୀ ମହେଶ ବାବୁଙ୍କୁ ନେଇ ଏକ ବିଗ ବଜେଟ ଫିଲ୍ମ କରିବା ନେଇ ଖବର ଆସିଛି।

Mahesh_Babu

ସୂଚନା ଅନୁଯାୟୀ ,ଅଭିନେତା ମହେଶ ବାବୁ ଇଛା ପ୍ରକାଶ କରିଛନ୍ତି କି ବାହୁବଳୀ ଭଳି କୌଣସି ପ୍ରଜେକ୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି। ଏନେଇ ଦହିଁଙ୍କ ମଧ୍ୟ ବହୁ ସମୟ ଆଲୋଚନା ମଧ୍ୟ ହୋଇଛି। ତେବେ କେଉଁ ପ୍ରଜୋକ୍ଟରେ ଏବଂ କେବେ ମହେଶ ବାବୁ ବଲିଉଡ଼ରେ ପାଦ ରଖିବେ ସେନେଇ କୌଣସି ଖବର ମିଳିନାହିଁ।

ଏହା ପୂର୍ବରୁ ମଧ୍ୟ ଥରେ ମହେଶଙ୍କ ବଲିଉଡ଼ରେ ଡ଼େବ୍ଯୁ ନେଇ ଖବର ଆସିଥିଲା। ଯାହା ପରେ ମିଛ ବୋଲି ଜଣାପଡ଼ିଥିଲା। ତେବେ ଏଇଥରର ଖବର କେତେ ସତ ତାହା ଜାଣିବା ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.