ବେଡ୍ରୁମରେ ମୀରା ରାଜପୁତ କରନ୍ତି ଏମିତି କାମ, ସ୍ତ୍ରୀଙ୍କ ବଦଭ୍ୟାସରେ ବିରକ୍ତ ହୋଇ ଇନ୍ଷ୍ଟାଗ୍ରାମରେ ପୋଷ୍ଟ ସେୟାର କଲେ ଶାହିଦ କପୁର
ଶାହିଦ କପୁର ପ୍ରାୟ ସମୟରେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି। ନିକଟରେ ଅଭିନେତା ନିଜ ପତ୍ନୀ ମୀରା ରାଜପୁତଙ୍କୁ ଥଟ୍ଟା ପରିହାସ କରିଥିବା ନଜର ଆସିଛନ୍ତି, ଯାହା ପରେ ପତ୍ନୀ ମୀରା ମଧ୍ୟ ସ୍ୱାମୀଙ୍କୁ ନିଜ ଅନ୍ଦାଜରେ ଧମକ ଦେବାକୁ ପଛାଇ ନାହାନ୍ତି। ରିପୋର୍ଟରୁ ଜଣାପଡ଼ିଛି, ଶାହିଦ ନିଜ ବେଡ୍ରୁମର ଫଟୋ ଏବେ ଦୁନିଆ ସାମ୍ନାରେ ସେୟାର କରି ଦେଇଛନ୍ତି, ଯାହାକୁ ନେଇ ମୀରା ଏକଦମ୍ ରାଗି ଯାଇଛନ୍ତି।
ଶାହିଦ କପୁର ଓ ମୀରା ରାଜପୁତଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି। ଏହି କପଲ୍ ସୋସିଆଲ ମିଡିଆରେ ବି ବହୁତ ଆକ୍ଟିଭ୍ ରୁହନ୍ତି। କେବଳ ଏତିକି ହିଁ ନୁହେଁ, ଏହି ଦୁଇଜଣ ପ୍ରାୟତଃ ସବୁ ସମୟରେ ପରସ୍ପର ପ୍ରତି ନିଜର ଭଲ ପାଇବା ଦେଖାଇ ପୋଷ୍ଟଗୁଡ଼ିକୁ ସେୟାର କରି ଥାଆନ୍ତି। କିନ୍ତୁ ଯେତେବେଳେ ସେମାନଙ୍କୁ ଉଭୟ ଉଭୟଙ୍କର ଗୋଡ଼ ଟଣାଟଣି କରିବାକୁ ଟିକିଏ ମଉକା ମିଳିଯାଏ, ତ ଏଥିରେ ମଧ୍ୟ ଦୁଇ ଜଣ ପଛକୁ ହଟି ନ ଥାଆନ୍ତି। ଏବେ ଏମିତି ହିଁ କିଛି ଶାହିଦ କପୁରଙ୍କ ନୂଆ ପୋଷ୍ଟରେ ଦେଖିବାକୁ ମିଳିଛି, ଯାହା ଉପରେ ପ୍ରତିକ୍ରିୟା ରଖି ମୀରା ଘଟଣାକୁ ଆହୁରି ଚର୍ଚ୍ଚିତ କରି ଦେଇଛନ୍ତି।
ବାସ୍ତବରେ, ଶାହିଦ କପୁର ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ନିଜ ବେଡ୍ରୁମର ଫଟୋ ସେୟାର କରିଛନ୍ତି ଏବଂ ଏହି ପୋଷ୍ଟରେ ସେ ନିଜର ଲଭିଙ୍ଗ୍ ଓ୍ଵାଇଫ୍ ମୀରା ରାଜପୁତଙ୍କୁ ଥଟ୍ଟା କରି କିଛି ପ୍ରଶ୍ନ ପଚାରିଛନ୍ତି। ଆଉ ଏହାର ଜବାବ ଦେବାକୁ ଯାଇ ମୀରା ମଧ୍ୟ ତାଙ୍କୁ ଧମକ ଦେଇ କହିଛନ୍ତି କି, ‘ସେ କିଛିଦିନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ତାଙ୍କୁ ସବୁକିଛି ଜଣା ପଡ଼ିଯିବ’। ଆପଣ ଦେଖି ପାରିବେ କି, ଶାହିଦ କପୁର ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ନିଜ ବେଡ୍ରୁମର ଫଟୋ ସେୟାର କରି ମୀରାଙ୍କୁ ପଚାରିଛନ୍ତି, ‘ତୁମକୁ ବିଛଣାରେ ଏତେ ତକିଆ କାହିଁକି ପସନ୍ଦ ମୀରା, କାହିଁକି? କାହିଁକି?’
ଏଥି ପୂର୍ବରୁ ଶାହିଦ, ମୀରାଙ୍କ ସହିତ ସମୁଦ୍ର କୂଳରୁ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ମୀରା ସବୁଜ ରଙ୍ଗର ପୋଷାକ ସହିତ ନଜର ଆସିଥିଲେ ଏବଂ ଶାହିଦ ଶାର୍ଟଲେସ୍ ଦେଖିବାକୁ ମିଳିଥିଲେ। ଏହି ଭିଡିଓରେ ଶାହିଦ ହସୁଥିଲେ, ଯେତେବେଳେ କି, ମୀରା କପଡ଼ା ପିନ୍ଧିବା ପାଇଁ ଚେଷ୍ଟା କରୁଥିଲେ। ପ୍ରକୃତ କଥା, ଯେତେବେଳେ ମୀରା କପଡ଼ା ପିନ୍ଧୁଥିଲେ ତ ଶାହିଦ ଲୁଚିକି ଭିଡିଓ ବନାଉଥିଲେ। ଏହି ଭିଡିଓ ଦେଖିଲେ ଲାଗୁଛି, ଏଇ ନିକଟରେ ମାଳଦ୍ଵୀପରେ ଛୁଟି କାଟୁଥିବା ସମୟରେ ହିଁ ଶାହିଦ ଏ ସବୁକୁ ଶୁଟ୍ କରିଛନ୍ତି। ଏବେ କିନ୍ତୁ ପରିବାର ସହିତ ସେ ଘରକୁ ଫେରିଛନ୍ତି। ସୂଚନାରୁ ଜଣାପଡ଼ିଛି ଯେ ଦୁହେଁ ଗତ ସପ୍ତାହରେ ହିଁ ଛୁଟି କାଟି ଫେରିଛନ୍ତି। ଦୁହିଁଙ୍କ ସହିତ ପିଲାମାନେ ମଧ୍ୟ ଯାଇଥିଲେ।
View this post on Instagram