ଟି-୨୦ ବିଶ୍ୱକପ୍‌ ମଝିରେ ହେଲା ଚାମ୍ପିୟନ ଘୋଷଣା! ଏଥର ବାଜି ମାରିନେବ କି ଏହି ଟିମ୍‌

ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୧ରେ ନଭେମ୍ବର ୨ରେ ଖେଳା ଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ, ନାମିବିୟାକୁ ୪୫ ରନ୍‌ରେ ହରାଇ ଦେଇଛି। ସୁପର-୧୨ରେ ଲଗାତାର ୪ ମୁକାବିଲା ଜିତି ବାବର ସେନା ଟୁର୍ନାମେଣ୍ଟର ସେମିଫାଇନାଲରେ ପହଞ୍ଚି ଯାଇଛି। ପାକିସ୍ତାନ କ୍ରିକେଟ ଟିମ୍‌ ଟି-୨୦ ବିଶ୍ୱକପ୍‌ ୨୦୨୧ରେ ଏଥି ପୂର୍ବରୁ ଭାରତ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନକୁ ମଧ୍ୟ ହରାଇଛି।

ପାକ୍‌ ପ୍ରଶଂସକ କଲେ ବଡ଼ ଦାବି

ପାକିସ୍ତାନ କ୍ରିକେଟ ଟିମ୍‌ର ବ୍ୟାକ୍‌ ଟୁ ବ୍ୟାକ୍‌ ବିଜୟରେ ସେଠାକାର ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ନାମିବିୟା ବିପକ୍ଷ ମ୍ୟାଚ୍‌ ବେଳେ ଷ୍ଟାଡିୟମ୍‌ରେ ଉପସ୍ଥିତ ଆବୁଧାବିର ଜଣେ ପାକିସ୍ତାନୀ ଫ୍ୟାନ୍‌ ଶେଖ୍‌ ଜାୟେଦ ଏକ ବଡ଼ ଦାବି କରିଥିଲେ। ସେ କହିଥିଲେ କି, ଏଥର ପାକିସ୍ତାନ ବାଜି ମାରିନେବ।

T20 WC ଚାମ୍ପିୟନକୁ ନେଇ ଭବିଷ୍ୟବାଣୀ

ଆଇସିସି ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏକ ଫଟୋ ସେୟାର କରିଛି, ଯାହାକି ପାକିସ୍ତାନ ଓ ନାମିବିୟା ମ୍ୟାଚ୍‌ ସମୟରେ କ୍ଲିକ୍‌ କରାଯାଇଛି। ଏଥିରେ ଜଣେ ପାକ୍‌ ପ୍ରଶଂସକ ପ୍ଲାକାର୍ଡ ଜରିଆରେ କହୁଛନ୍ତି କି, ‘ବିଶ୍ୱ କପ୍‌ ଆମର। ପାକିସ୍ତାନ ଜିନ୍ଦାବାଦ’। ଫଟୋ କ୍ୟାପସନରେ ଆଇସିସି ଲେଖିଛି କି, ‘ଫ୍ୟାନ୍‌ମାନଙ୍କୁ ପକ୍କା ବିଶ୍ୱାସ ରହିଛି ଯେ ପାକିସ୍ତାନ ଏମିତି କରି ପାରିବ। କ’ଣ ସେମାନେ ଭବିଷ୍ୟତକୁ ଦେଖୁଛନ୍ତି?’

ବ୍ରଡ୍‌ ଇଂଲଣ୍ଡକୁ କହିଲେ ଦାବିଦାର

ଆଇସିସିର ଏହି ପୋଷ୍ଟରେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କମେଣ୍ଟ ସେକ୍ସନରେ ଲେଖିଛନ୍ତି, ‘ହଁ, ଇଂଲଣ୍ଡ’। ବାସ୍ତବରେ, ପାକିସ୍ତାନ ଭଳି ଇଂଲଣ୍ଡ ଟିମ୍‌ ମଧ୍ୟ ଏହି ଟୁର୍ନାମେଣ୍ଟରେ ବଢ଼ିଆ ପ୍ରଦର୍ଶନ କରି ଏବେ ସୁଦ୍ଧା ୪ ମ୍ୟାଚ୍‌ ଜିତି ସାରିଛି। ଏହି କାରଣରୁ ‘ବାବର ସେନା’ ଭଳି ‘ମୋର୍ଗନ ଆର୍ମୀ’ଙ୍କୁ ମଧ୍ୟ ଟାଇଟଲର ଦାବିଦାର ବୋଲି କୁହାଯାଉଛି।

ଆଜି ଭାରତ ଓ ଆଫଗାନିସ୍ତାନ ମୁକାବିଲା

ସେପଟେ ଭାରତ ପାଇଁ ଆଜି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ‘କର ବା ମର’ ମୁକାବିଲା ଭଳି ରହିଛି। ଯଦି ଭାରତକୁ ସେମିଫାଇନାଲ ଦୌଡ଼ରେ ରହିବାକୁ ଅଛି, ତା’ ହେଲେ ଟିମ୍‌ ଇଣ୍ଡିଆକୁ ଆଫଗାନିସ୍ତାନକୁ ବଡ଼ ବ୍ୟବଧାନରେ ହରେଇବାକୁ ପଡ଼ିବ। ଟି-୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳିବା ପାଇଁ ଓହ୍ଲାଇବ। ଆବୁଧାବିରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ, ଆଫଗାନିସ୍ତାନକୁ ହରାଇବା ବହୁତ ଜରୁରୀ। ପ୍ରଥମରୁ ଦୁଇଟି ମ୍ୟାଚ୍‌ ହାରିଥିବା ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ରେ ବିଜୟ ସହିତ ସେମିଫାଇନାଲରେ ରହିବାକୁ ନିଶ୍ଚୟ ଚାହିଁବ। କିନ୍ତୁ ଯଦି ଏଠାରେ କିଛି ଗଡ଼ବଡ଼ ହୁଏ, ତା’ ହେଲେ ଟିମ୍‌ ଇଣ୍ଡିଆର ଏହି ଟି-୨୦ ବିଶ୍ୱକପ୍‌ରେ ଯାତ୍ରା ଏହିଠାରୁ ହିଁ ସମାପ୍ତ ହୋଇଯିବ। ଟିମ୍‌ ଇଣ୍ଡିଆ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ହାରି ସାରିଛି। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ୧୦ ଓ୍ଵିକେଟ୍‌ରେ ହରାଇଥିଲା ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୮ ଓ୍ଵିକେଟ୍‌ରେ ମାତ୍‌ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.