ଟି-୨୦ ବିଶ୍ଵ କପ୍‌ : ଅଧିନାୟକ କୋହଲି ଓ କୋଚ୍ ଶାସ୍ତ୍ରୀଙ୍କ ଆଜି ଶେଷ ଅଭିଯାନ

ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ଯୋଡିକୁ ଆଜି ଶେଷ ଥର ପଡିଆରେ ଏକାଠି ଦେଖିବାକୁ ମିଳିବ । କୋହଲି ପୂର୍ବରୁ ଟି-୨୦ ଦଳରୁ ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରିଛନ୍ତି । ଅନ୍ୟପଟେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱକପ ପରେ ଶେଷ ହେଉଛି । ଆଜି ଭାରତ-ନାମିବିଆ ଦଳ ଶେଷ ମ୍ୟାଚରେ ମୁହାଁମୁହିଁ ହେବେ । କୋହଲି ଅଧିନାୟକ ଭାବେ ଓ ଶାସ୍ତ୍ରୀ କୋଚ୍‌ ଭାବେ ପ୍ରାୟ ୪ ବର୍ଷ ଧରି ଏକାଠି କାମ କରିଛନ୍ତି । ଶାସ୍ତ୍ରୀ ପ୍ରଥମ ଥର ଭାରତୀୟ ଦଳ ସହ ୨୦୧୪ରେ ନିର୍ଦ୍ଦେଶକ ଭାବେ ଜଡିତ ହୋଇଥିଲେ। ୨୦୧୭ରେ ତାଙ୍କୁ ଦଳର ପୂର୍ଣ୍ଣକାଳୀନ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା।

ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍‌ ଜିତିବା ହେଉ କି ଭାରତକୁ କ୍ରମାଗତ ନମ୍ବର ଓ୍ଵାନ୍‌ ଟେଷ୍ଟ ଟିମ କରାଯିବା ହେଉ । ଭାରତୀୟ ଦଳ ବିଦେଶ ମାଟିରେ କ୍ରମାଗତ ଭଲ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଏସିଆ ଦଳ ଭାବେ ଭାରତ ଅଷ୍ଟ୍ରେଲିଆକୁ ତାରି ମାଟିରେ ଟେଷ୍ଟ ସିରିଜ୍‌ ହରାଇଛି। ଥରେ ନୁହେଁ ବରଂ ଦୁଇ ଦୁଇ ଥର ହରାଇଛି। ଭାରତୀୟ ଦଳର ଆକ୍ରମଣାତ୍ମକ ଖେଳ ଏବଂ ବିଜୟର ଭୋକ କ୍ରିକେଟ୍ ବିଶେଷଜ୍ଞଙ୍କୁ ଚକିତ ମଧ୍ୟ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.