ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ, ସରପଞ୍ଚଙ୍କ ପୁଅକୁ ଧାରୁଆ ଅସ୍ତ୍ରରେ ଗଳାକାଟି କଲେ ହତ୍ୟା

ମାଲକାନଗିରି (କେନ୍ୟୁଜ): ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନ୍‌ଫର୍ମର ସନ୍ଦେହ କରି ସରପଞ୍ଚଙ୍କ ପୁଅକୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ମୃତକ ହେଲେ ଉମେଶ ମରକମ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡ଼ା ଜିଲ୍ଲାର ଟେଟମ୍‌ ଗାଁରେ ଏହି ଘଟଣା ଘଟିଛି। କଟେକଲ୍ୟାଣ ଏରିଆ କମିଟି ମାଓ ସଂଗଠନ ଏଭଳି ହିଂସାକାଣ୍ଡ ଘଟାଇଥିବା ଜଣାପଡିଛି। ଦନ୍ତେୱାଡା ଏସ୍‌ପି ଅଭିଷେକ ପଲ୍ଲବ ଏହି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.