ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବେନି ଲୋକେଶ ରାହୁଲ

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା । ଖେଳିବେନି ଲୋକେଶ ରାହୁଲ । ଆହତ କାରଣରୁ ଟେଷ୍ଟ ସ୍କ୍ଵାଡ୍‌ରୁ ସେ ବାଦ ପଡିଛନ୍ତି । ବର୍ତ୍ତମାନ ଫର୍ମରେ ଅଛନ୍ତି ଲୋକେଶ ରାହୁଲ । ଟି-ଟେ୍ଵଣ୍ଟିରେ ଧୂଆଁଧାର ବ୍ୟାଟିଂ କରିଥିଲେ । କହିରଖିବା ଉଚିତ ହେବକି, ରବିବାର ଭାରତ ଓ ନିଉଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଟସ୍‌ ଜିତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନେଇଥିଲେ । ନିଜେ ରୋହିତ ସର୍ବାଧିକ ୫୬ ରନ୍‌ କରିଥିଲେ ।

୩୧ ବଲ୍‌ ଖେଳି ୫ଟି ଚୌକା ଓ ୩ଟି ଛକା ମାରିଥିଲେ । ଇଶାନ କିଷାନ ୨୯, ଶ୍ରେୟଶ ଆୟର ୨୫ ଏବଂ ଭେଙ୍କଟେଶ ଆୟାର ୨୦ ରନ୍‌ କରିଥିବା ବେଳେ ହର୍ଷଲ ପଟେଲ ୧୮ ରନ୍‌ କରିଥିଲେ । ତେବେ ଦୀପକ ଚହରଙ୍କ ମାଡ଼ ଯୋଗୁଁ ଘରୋଇ ଦଳ ୨୦ ସଭରରେ ୭ ଓ୍ଵିକେଟ୍‌ ହରାଇ ୧୮୪ ରନ୍‌ କରି ପାରିଥିଲା । ୨୦ତମ ଓଭରରେ ଦଳ ୧୯ ରନ୍‌ ସଂଗ୍ରହ କରିଥିଲା ଏବଂ ଚହର ମାତ୍ର ୮ଟି ବଲ୍‌ରେ ୨୧ ରନ୍‌ କରି ଅପରାଜିତ ରହିଛନ୍ତି । ସେ ୨ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.