ଦାଗବିହିନ ଏବଂ ଗ୍ଲୋଇଂ ତ୍ବଚା ପାଇବା ପାଇଁ ମହିଳା ନହିଁ ନଥିବା ଉପାୟ ପାଳନ କରିଥାନ୍ତି। ଏଥିପାଇଁ ଘଣ୍ଟାଘଣ୍ଟା ଧରି ପାର୍ଲରରେ ଯାଇ ସମୟ ଏବଂ ଟଙ୍କା ଉଦ୍ଭୟ ଖର୍ଚ୍ଚ ମଧ୍ୟ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଭିଟାମିନ-ଇର କ୍ଯାପସୁଲ ଆପଣଙ୍କ ଏହି ସମସ୍ତ ସମସ୍ଯାର ସମାଧାନ। ଏହା ଦ୍ବାର ବହୁତ କମ ଖର୍ଚ୍ଚରେ ଘରେ ବସି ଆପଣ ପାଇପାରିବେ ଗ୍ଲୋଇଂ ତ୍ବଚା ଏବଂ ଘନ କେଶ। ଆସନ୍ତୁ ଜାଣିବା କିପରି କରିବେ ଭିଟାମିନ-ଇର ସଠିକ୍ ଉପଯୋଗ।
-ଭିଟାମିନ୍-ଇ କ୍ଯାପସୁଲକୁ ନଡ଼ିଆ ତେଲ ସହ ମିଶାଇ ରାତିରେ କିଛି ସମୟ ପର୍ଯ୍ଯନ୍ତ ନିଜ ଚେହେରାରେ ମାସାଜ କରନ୍ତୁ। ଏହାପରେ ତାହାକୁ ରାତିସାରା ରଖନ୍ତୁ। ଏବଂ ସକାଳେ ହାଲୁକା ଉଷୁମ ପାଣିରେ ଚେହେରା ଧୁଅନ୍ତୁ। ଆପଣ ନିଜେ ଫରକ ଜାଣିପାରିବେ। ଏହାକୁ ଦୈନିକ କରନ୍ତୁ।
-ଆପଣ ଭିଟାମିନ-ଇକୁ ନାଇଟ କ୍ରିମ୍ ଏବଂ ସେରମ ହିସାବରେ ମଧ୍ୟ ବ୍ଯବହାର କରିପାରିବେ। ଏଥିପାଇଁ ଆପଣ ଏହାକୁ ଆଲୋବେରା ଜେଲରେ ମିଶାଇ ବ୍ଯବହାର କରିପାରିବେ। ଦେଖିବେ ଖୁବ କମ ଦିନରେ ଆପଣଙ୍କ ତ୍ବଚା ଗ୍ଲୋ କରିବା ଆରମ୍ଭ କରିବ। ଏହାକୁ ଆପଣ ସ୍କ୍ରବ ହିସାବରେ ମଧ୍ୟ ବ୍ଯବହାର କରିପାରିବେ।
-ଘନ ଏବଂ ଚମକଦାର କେଶ ପାଇଁ ଆପଣ ଭିଟାମିନ-ଇକୁ ଦହିରେ ମିଶାଇ ବ୍ଯବହାର କରିପାରିବେ। ଦହି ଯଦି ଆପଣଙ୍କର ପସନ୍ଦ ନୁହଁ ତେବେ ଏହାର ବ୍ଯବହାର ଆପଣ ନଡ଼ିଆ ଏବଂ ବାଦାମ ତେଲରେ ମିଶାଇ କରିପାରିବେ। ସପ୍ତାହରେ ଏହାର ବ୍ଯବହାର ଥରେ କରନ୍ତୁ। ଦେଖିବେ କେଶ ଘନ ହେବା ସହ ଚମକଦାର ହୋଇଯିବ।