ଟାଙ୍ଗୀ(କେନ୍ୟୁଜ୍): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସାନ କୁସୁମୀ ଗାଁ ନିକଟ ଏକ ସ୍କୁଲ ନିକଟରେ ଜୁଆଆଡ୍ଡା ଚାଲୁଥିବା ଖବର ପାଇଥିଲା ଟାଙ୍ଗୀ ପୋଲିସ । ପରେ ଟାଙ୍ଗୀ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଅଚାନକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ ।
ଘଟଣା ସ୍ଥଳରୁ ୬ଜୁଆଡିଙ୍କୁ କାବୁ କରିବା ସହ ୭ ମୋବାଇଲ, ୪ ବାଇକ ଓ ୮ ହଜାର ନଗଦ ଟଙ୍କା ଜବତ କରି ଥାନାକୁ ଆଣିଥିଲେ । ସମସ୍ତ ଜୁଆଡିଙ୍କ ବିରୋଧରେ ମାମଲା ରୁଜୁ କରି ୬ ଜୁଆଡିକୁ କୋର୍ଟ ଚାଲାଣ କରାଯାଉଥିବା ସୂଚନା ଦେଇଛନ୍ତି ଟାଙ୍ଗୀ ଥାନା ଅଧିକାରୀ ।