ବରଯାତ୍ରୀରେ ବାଣ ଫୁଟିବା କାରଣରୁ ହେଲା ଅଘଟଣ, ବର ଗାଡ଼ିରେ ଲାଗିଲା ନିଆଁ

ଦେଶରେ ଏବେ ଚାଲିିଛି ବିବାହ ସିଜିନ୍‌। ଏହାସହ ଯୋଡ଼ି ମାନେ ଟ୍ରେଣ୍ଡିଂକୁ ଧ୍ୟାନରେ ରଖି କିଛି ଏପରି କାମ କରୁଛନ୍ତି ଯାହା ତାଙ୍କୁ ପରେ ସମସ୍ୟାରେ ପକାଉଛି। ଜୀବନକୁ ବାଜି ଲଗାଇବାକୁ ବି ସେ ପଛାଉନାହାନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି । ଗୁଜୁରାଟରେ ଧୂମଧାମରେ ବରଯାତ୍ରୀ ଆସୁଥିବା ବେଳେ ବରର ଗାଡ଼ିରେ ହଠାତ୍‌ ନିଆଁ ଲାଗିଗଲା। ଯେଉଁଥିରୁ ସେ ବର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାର ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ଗୁଜୁରାଟର ପଞ୍ଚମହଲ ସହରର ଯୋଗେଶ୍ୱରୀ ମହାଦେବ ମନ୍ଦିର ପାଖରେ ରହୁଥିବା ଶୈଳେଶ ଭାଇ ଶାହଙ୍କ ପୁଅର ବିବାହ ଅନ୍ୟ ଏକ ସ୍ଥାନରେ ଠିକ ହୋଇଥିଲା। ବିବାହ ଦିନ ବରଯାତ୍ରୀ ଘରୁ ଧୂମଧାମରେ ବାହାରିଥିଲେ । ସମସ୍ତେ ଖୁସି ଥିଲେ ।କିନ୍ତୁ ବରର ଗାଡ଼ିରେ ନିଆଁ ଲାଗିବାର ଘଟଣା ଦେଖି ସବୁ ଡରିଗଲେ। ଏହି ଦୁର୍ଘଟଣା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ନିଆଁ ଦେଖି ସମସ୍ତେ ହୋହାଲ୍ଲା କରିବାକୁ ଲାଗିଲେ । ଏହି ସମୟରେ ବରକୁ ସୁରକ୍ଷିତ ଭାବେ ଗାଡ଼ି ବାହରକୁ ଆଣାଗଲା।

ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ବର ଯେଉଁ ଗାଡ଼ିରେ ବସିଥିଲା। ସେଥିରେ ନିଆଁ ଲାଗିଲେ ତାକୁ ନିୟନ୍ତ୍ରଣ କରିବା ଖୁବ କଷ୍ଟକର। ଏହି ଭିଡ଼ିଓକୁ ଟ୍ଵିଟରରେ ଜଣେ ୟୁଜର ସେୟାର କରିଥିଲେ । ତେବେ ଏହି ନିଅାଁରେ ଜଣେ ବ୍ୟକ୍ତି କିନ୍ତୁ ଅନେକ ମାତ୍ରାରେ ଆଘାତ ପାଇଛନ୍ତି। ପ୍ରକୃତରେ ବରଯାତ୍ରୀ ସମୟରେ ବାଣ ଫୁଟାଇବା କାରଣରୁ ଏପରି ଅଘଟଣ ଘଟିଛି। ବାଣର ଏକ ଅଂଶ ଆସି ଜେନେରେଟରରେ ପଡ଼ିଥିଲା । ଯାହା କାରଣରୁ ଏପରି ଅଘଟଣ ଘଟିଥିଲା। ଗାଡ଼ିରେ ନିଆଁ ଲାଗିବା ସମୟରେ ବର ସହ ଅନ୍ୟ ଛୋଟ ଛୁଆ ମଧ୍ୟ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.