ବଜାରକୁ ଆସୁଛି ପବନରେ ଚାଲୁଥିବା ଗାଡ଼ି। ମର୍କରୀ R4D ରିସର୍ଚ୍ଚ ଅର୍ଗାନାଇଜେସନ୍ ଏବଂ ଟୋକ୍ୟୋ ୟୁନିର୍ଭସିଟିର କିଛି ଛାତ୍ର ମିଶି ତିଆରି କରିଛନ୍ତି ଏହି ଜବରଦସ୍ତ ବାଇକ। ଏହା ଏକ ଇଲେକଟ୍ରିକ ସ୍କୁଟର। ଏହା କେବଳ ପବନରେ ଚାଲିଥାଏ। ପବନ ଶେଷ ହେବା ପରେ ଏହି ସ୍କୁଟର ବ୍ୟାଗପ୍ୟାକ ରେ କନଭର୍ଟ ହୋଇଯାଏ। ଏହି ସ୍କୁଟର ନାମ ପୋଇମୋ, ଯାହା ପବନ ଦ୍ୱାରା ଚାଲିଥାଏ । ଏହା ଏକ ପୋର୍ଟେବଲ ଇଲେକଟ୍ରିକ ସ୍କୁଟର। ଏହାକୁ ଥର୍ମୋପ୍ଲାଷ୍ଟିକ ପଲିୟୁରେଥିନ ସହ ବିଭିନ୍ନ ପାର୍ଟସକୁ ନେଇ ତିଆରି କରାଯାଇଛି।
ଏହି ପାର୍ଟସରେ ହ୍ୟାଣ୍ଡେଲ, ଚକା, ବ୍ୟାଟେରୀ ଓ ମୋଟର ସାମିଲ ରହିଛି। ଖବର ଅନୁଯାୟୀ, ଏହା ଡିଜନୀର ଏକ କାର୍ଟୁନ କ୍ୟାରେକ୍ଟର ଥିବା ସ୍କୁଟରରେ ପ୍ରଭାବିତ ହୋଇ ତିଆରି କରାଯାଇଛି। ଏହା ପବନ ଦ୍ୱାରା ଚାଲିଥାଏ। ସବୁଠୁ ବଡ଼ କଥା ହେଉଛି ଗାଡ଼ିରୁ ପବନ ସରିଗଲେ ଏହାକୁ ବ୍ୟାଗ ଭଳି ଭାଙ୍ଗି ନିଆଯାଇପାରିବ।
ଆପଣ ଏହାକୁ ଯେକୌଣସି ସ୍ଥାନକୁ ନେଇ ଯାଇପାରିବେ। R4Dର ରିସର୍ଚ୍ଚର ୟୋସୁକେ ୟମାମୁରା ଟୋକ୍ୟୋ ୟୁନିର୍ଭସିଟିର କିଛି ଛାତ୍ରଙ୍କ ସହ ମିଶି ଏହାକୁ ତିଆରି କରିଛନ୍ତି। ଏହାକୁ ରିସର୍ଚ୍ଚର ଇ-ସ୍କୁଟର ସଫ୍ଟ ମୋବିଲିଟି ର ନାମ ଦେଇଛନ୍ତି। ଏହା ଉପରେ କମ ଭାରୀ ଲୋକ ସହଜରେ ଯାଇପାରିବେ। ଏବେ ଇଲେକଟ୍ରିକ ବାହନର ଡିମାଣ୍ଡ ବଜାରରେ ଅଧିକ ରହିଥିବା ବେଳେ ଏହି ସ୍କୁଟର ଅନେକ ସାହାଯ୍ୟ କରିବ। ଏଥିରେ ପାର୍କିଂର ଅସୁବିଧା ମଧ୍ୟ ଦୂର ହେବ। ସାଧାରଣ ଲୋକଙ୍କ ପାଇଁ ଏହା ଏକ ଭଲ ବିକଳ୍ପ ହେବ।
ଏହି ଗାଡ଼ିର ଓଜନ ମାତ୍ର ସାଢ଼େ ପାଞ୍ଚ କିଲୋଗ୍ରାମ। ଏହାର ଆଗରେ ୮ ଇଞ୍ଚର ଦୁଇଟି ଚକା ଲାଗିଥିବା ବେଳେ ପଛ ଭାଗରେ ୬ ଇଞ୍ଚର ଚକା ଲ ।ଗିଛି। ଏହା ବ୍ୟତିତ ବିଲ୍ଟ ଇନ ଓ୍ଵାୟରଲେସ୍ କଣ୍ଟ୍ରୋଲର, ୭୦ ରୁ ୧୧୦ ମିମି ଲମ୍ବାର ବ୍ୟାଟେରୀ ମଧ୍ୟ ଖଞ୍ଜା ଯାଇଛି। ଏହା ପଦଯାତ୍ରୀଙ୍କ ପାଇଁ ଖୁବ ସହାୟକ ହେବ। ଏଥିରେ ଦୁର୍ଘଟଣାର ସମ୍ଭାବନା ଆଦୌ ନାହିଁ। ତେବେ ଅନେକ ଲୋକଙ୍କୁ ଏହା ପସନ୍ଦ ଆସିବ ବୋଲି ବିଶ୍ୱାସ ରହିଛି।