ଭୁଲ୍ ରେ ବି ମୂଳା ସହିତ ଖାଆନ୍ତୁ ନାହିଁ ଏହି ୨ଟି ଜିନିଷ, ସ୍ବାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ଶୀତ ଦିନେ ପରିବା ଭିତରେ ମୂଳା ଖାସ୍ କରି ସମସ୍ତଙ୍କ ଘରେ ଥାଏ । କେହି ମୂଳାକୁ ସଲାଡ୍ ସହିତ ଖାଇବାକୁ ପସନ୍ଦ କରିଥାନ୍ତି ତ କେହି ଏହାର ପରଟା ଖାଇବାକୁ ପସନ୍ଦ କରିଥାନ୍ତି । ପୋଷକ ତତ୍ବରେ ଭରପୂର ଥିବା ମୂଳା ଆମ ପାଚନ ଶକ୍ତିକୁ ବଢାଇବାରେ ସାହାର‌୍ୟ୍ୟ କରିଥାଏ । ଏହା ଆମ ପେଟ ପାଇଁ ବରଦାନ ସମାନ ଅଟେ । କିନ୍ତୁ କଣ ଆପଣ ଜାଣନ୍ତି ଯଦି ଏହାର ସେବନ ଠିକ୍ ଭାବେ ନକରନ୍ତି ତେବେ ଏହା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ ।

ଆସନ୍ତୁ ଜାଣିବା ସେହି ଦୁଇଟି ଜିନିଷ ସମ୍ପର୍କରେ ଯାହା ସହିତ ଭୁଲ୍ ରେ ମଧ୍ୟ ମୂଳାକୁ ସେବନ କରନ୍ତୁ ନାହିଁ

karela-ମୂଳା ଖାଇବା ପରେ କଲରା ସେବନ କରନ୍ତୁ ନାହିଁ । ଏପରି କଲେ ଆପଣଙ୍କ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିପାରେ । କାରଣ ଏହି ଦୁଇଟି ପରିବାର କମ୍ବିନେସନ୍ ଆପଣଙ୍କ ପେଟରେ ରିଆକ୍ସନ ହୋଇପାରେ । ଯେବେ ବି ଆପଣ ମୂଳା ଖାଉଛନ୍ତି, ତାହାର ୨୪ ଘଂଟା ଭିତରେ କଲରା ସେବନ କରନ୍ତୁ ନାହିଁ । ଏହାଦ୍ବାରା ନିଶ୍ବାସ ନେବା ବେଳେ କଷ୍ଟ ଅନୁଭୂତ ହେବାସହିତ ହାର୍ଟ ସମ୍ବନ୍ଧିୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

or-ମୂଳା ସହିତ ଦ୍ବିତୀୟ ଜିନିଷ ଯାହାର ସେବନ କରିବା ଠାରୁ ଦୂରେଇ ରହିବା ଉଚିତ୍ ତାହା ହେଉଛି କମଳା । ମୂଳା ଏବଂ କମଳା ଏକାଠି ଖାଇବା ବିଷ ସହିତ ସମାନ ହୋଇଥାଏ । ଏହି ଦୁଇଟି ଜିନିଷକୁ ଏକାଠି ସେବନ କଲେ ଆପଣଙ୍କ ପେଟ ଖରାପ ହୋଇପାରେ । ଏହି ଦୁଇଟି ଜିନିଷର ସେବନ ପ୍ରାୟତଃ ୧୨ ଘଂଟା ଅନ୍ତରରେ କରିବା ଉଚିତ୍ ।

ଜାଣନ୍ତୁ ମୂଳା ସହିତ କଣ ଖାଇପାଇବେ

-ଯଦି ଆପଣଙ୍କ ପେଟରେ କୂର୍ମୀ ହୋଇଛି ତେବେ କଞ୍ଚା ମୂଳା ସେବନ କରନ୍ତୁ । ତେବେ ଯେଉଁ ଲୋକ ମାନଙ୍କୁ ଏହାର ସ୍ବାଦ ଭଲ ଲାଗୁନଥିବ ତେବେ ଡାଳିମ୍ବ ରସ ସହିତ ଏହାର ସେବନ କରିପାରିବେ ।
-ଆପଣ ଚାହିଁବେ ତ ମୂଳାକୁ ଘିଅରେ ମିଶାଇକି ଖାଇ ପାରିବେ ।
2-ଏହାଛଡା ମୂଳାକୁ ହଳଦୀ ସହିତ ମିଶାଇକି ଖାଇବା ଦ୍ବାରା ବେଶ୍ ଲାଭଦାୟକ ହୋଇଥାଏ । ଏହା ଅର୍ଶ ରୋଗ ପାଇଁ ଉପଯୋଗୀ ଅଟେ ।
-ଯଦି ଆପଣ ଭୋକ ଲାଗୁନଥିବା ସମସ୍ୟାରେ ପୀଡିତ ଅଛନ୍ତି, ତେବେ ଆପଣ ମୂଳା ରସରେ ଅଦା ରସ ମିଶାଇକି ପିଅନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କ ଭୋକ ବଢିବା ସହିତ ସମସ୍ତ ପେଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.