୩୦ ଡିସେମ୍ବରରୁ ଖୋଲୁଛି ଏହି ସବୁ ରାଶିର ଭାଗ୍ୟ, ଦେଖନ୍ତୁ ଆପଣଙ୍କ ରାଶି ଅଛି କି ସାମିଲ୍‌

ଦେବଗୁରୁ ବୃହସ୍ପତି ରାଶିରେ ଶୁକ୍ରଙ୍କର ଗୋଚର ହେବାକୁ ଯାଉଛି। ଶୁକ୍ରଙ୍କର ଏହି ଗୋଚର ଧନୁ ରାଶିରେ ୩୦ ଡିସେମ୍ବରରେ ହେବାକୁ ଯାଉଛି। ଶୁକ୍ର ଦେବ ଏହି ରାଶିରେ ୨୭ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ରହିବାକୁ ଯାଉଛନ୍ତି। ଜ୍ୟୋତିଷରେ ଶୁକ୍ର ଗ୍ରହକୁ ଧନ-ସମ୍ପତ୍ତି,ସୁଖ, ଏସ୍ୱର୍ଯ୍ୟ, ପ୍ରେମ ଏବଂ ବୈବାହିତ ଜୀବନର କାରକ ଧରାଯାଏ। ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ୪ ରାଶିର ଜାତକଙ୍କ ପାଇଁ ବହୁତ ବଢ଼ିଆ ପ୍ରମାଣିତ ହେବ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ପରିବର୍ତ୍ତନ କରିବାକୁ ଯାଉଛି ।

ମେଷ ରାଶି

ମେଷ ରାଶିର ଲୋକମାନେ ଶୁଭ ଖବର ମିଳିପାରେ । ଆର୍ଥିକ ସ୍ଥିତି ଦୃଢ ହେବ । ନୂଆ କାର୍ଯ୍ୟ କରିବା ପାଇଁ ଭଲ ସମୟ ଅଟେ । ଚାକିରି ଏବଂ ବ୍ୟବସାୟରେ ଅଗ୍ରଗତିର ହେବାର ସମ୍ଭାବନା ରହିଛି । ଏହି ଦିନଟି ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ବହୁତ ଭଲରେ କଟିବ । ବୈବାହିକ ଜୀବନ ସୁଖମୟ ହେବ ।

ବୃଷ ରାଶି

ବୃଷ ରାଶିର ଲୋକଙ୍କ ପାଇଁ, ଏଥର ବହୁତ ଭଲରେ କଟିବ । ଜୀବନ ସାଥୀଙ୍କର ସମ୍ପୂର୍ଣ୍ଣ ସମର୍ଥନ ମିଳିବ । ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବାରେ ଏକ ସୁଯୋଗ ପାଇବେ ଶିକ୍ଷା କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଏହ ଶୁଭ ସମୟ ହେବ । ବିଦେଶ ଭ୍ରମଣ କରିବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ଅଗ୍ରଗତି ପାଇଁ ସୁଯୋଗ ହୋଇପାରେ

ସିଂହ ରାଶି

ଆଗାମୀ ୯ ଦିନ ସିଂହ ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ହେବାକୁ ଯାଉଛି । ଧନ- ଲାଭ ହେବ । ଯେଉଁଥିପାଇଁ ଆର୍ଥିକ ଦିଗ ଦୃଢ ହେବ । ବୈବାହିକ ଜୀବନରେ ସୁଖମୟ ହେବ । ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବା ପାଇଁ ସୁଯୋଗ ପାଇବେ ।

କନ୍ୟା ରାଶି

କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ବହୁତ ଶୁଭ ହେବ । ଯେକୌଣସି କାର୍ଯ୍ୟରେ ସଫଳତା ମିଳିବ। କୌଣସି ପ୍ରକାରର ନୂଆ ଗାଡି ଏବଂ ଘର କିଣିବାର ସୁଯୋଗ ମିଳି ପାରେ । ପରିବାର ସଦସ୍ୟଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଧନ-ଲାଭ ହେବ। ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.