ପୋଷ୍ଟ ଅଫିସର ସବୁଠାରୁ ଜବରଦସ୍ତ ସ୍କିମ, ମାତ୍ର ୯୫ ଟଙ୍କା ନିବେଶ କରି ପାଆନ୍ତୁ ୧୪ ଲକ୍ଷ

ଯଦି ଆମେ ସୁରକ୍ଷିତ କଥା କହିବା ତାହେଲେ ପୋଷ୍ଟ ଅଫିସ ସ୍କିମରେ କରାଯାଉଥିବା ନିବେଶ ଆପଣଙ୍କ ପାଇଁ ସବୁଠାରୁ ଭଲ ହେବ। କାହିଁକିନା ପୋଷ୍ଟ ଅଫିସର ସ୍କିମ ଭଲ ରିଟର୍ଣ୍ଣ ଦେଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ପୋଷ୍ଟ ଅଫିସର ସବୁଠାରୁ ଅଧିକ ଫାଇଦା ଦେଉଥିବା ନିବେଶ ଯୋଜନା ବିଷୟରେ କହିବୁ। ଏହି ସ୍କିମରେ ଆପଣଙ୍କୁ ପ୍ରାୟ ୯୫ ଟଙ୍କା ନିବେଶ କରିବାକୁ ହେବ ଏବଂ ମ୍ୟାଚରିଟିରେ ଆପଣ ୧୪ ଲକ୍ଷ ଟଙ୍କା ହାସଲ କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ସ୍କିମ ବିଷୟରେ।

ଖାସ କରି ଗ୍ରାମୀଣ ଅଂଚଳର ଲୋକଙ୍କ ପାଇଁ ଏହା ଏକଦମ ବେଷ୍ଟ

ଏହି ଯୋଜନା ପୋଷ୍ଟ ଅଫିସ ତରଫରୁ ଗ୍ରାମୀଣ ଅଂଚଳରେ ରହୁଥିବା ଲୋକଙ୍କ ପାଇଁ କରାଯାଇଛି। ଏହି ଯୋଜନାର ନାମ ହେଉଛି ‘ଗ୍ରାମ ସୁମଙ୍ଗଳ ଗ୍ରାମୀଣ ଡାକ ଜୀବନ ବୀମା’। ଏହି ସ୍କିମରେ ଆପଣ ପ୍ରତିଦିନ ୯୫ ଟଙ୍କା ନିବେଶ କରି ୧୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ। ଏହାସହିତ ଏହି ସ୍କିମରେ ପଲିସି ହୋଲ୍ଡର ଜୀବିତ ରହିବା ଦ୍ୱାରା ମନି ବ୍ୟାଙ୍କର ମଧ୍ୟ ଲାଭ ମିଳିଥାଏ। ଅର୍ଥାତ ଯେତେ ଟଙ୍କା ଆପଣ ନିବେଶ କରିବେ ସେତିକି ସମ୍ପୂର୍ଣ୍ଣ ଟଙ୍କା ଆପଣ ଫେରସ୍ତ ପାଇପାରିବେ।

ଏହା ହେଉଛି ପଲିସି ନେବାର ବୟସ ସୀମା

ଗ୍ରାମ ସୁମଙ୍ଗଳ ଯୋଜନାରେ ପଲିସି ହୋଲ୍ଡରଙ୍କୁ ମ୍ୟାଚରିଟିରେ ବୋନସ ମଧ୍ୟ ମିଳିଥାଏ। ଏହି ସ୍କିମକୁ ୧୫ ବର୍ଷ ଏବଂ ୨୦ ବର୍ଷ ପାଇଁ ନେଇପାରିବେ। ଏହି ଯୋଜନା ନେବାର ବୟସ ସୀମା ୧୯ ବର୍ଷ ରୁ ୪୫ ବର୍ଷ ପର୍ଯ୍ୟନ୍ତ। ଏହି ଯୋଜନାର ସବୁଠୁ ଖାସ କଥା ହେଉଛି ଯେ ଏହାର ଫାଇଦା କୌଣସି ବି ଭାରତୀୟ ନାଗରିକ ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.