ଫଙ୍ଗଲ୍ ଇନଫେକ୍ସନ ଠାରୁ ଆରମ୍ଭ କରି ଚର୍ମ ସମସ୍ୟା ଦୂର କରେ ଟି ଟ୍ରୀ ତେଲ, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ଟି ଟ୍ରୀ ତେଲ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଆପଣଙ୍କ କେଶ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ଦୂର କରିଥାଏ । ଟି ଟ୍ରୀ ତେଲରେ ଏପରି ଅନେକ ଯୌଗିକ ଗୁଣ ଅଛି ଯାହା ଜୀବାଣୁ, ଫଙ୍ଗସ୍ ଏବଂ ଭାଇରସ୍ ସହିତ ଲଢିବାରେ ବହତୁ ପ୍ରଭାବଶାଳୀ ଅଟେ । ଏଥିରୁ ମିଳୁଥିବା ହାଇଡ୍ରୋକାର୍ବନର ଏକ ସମୂହ ଟର୍ପେନେଏଲ୍ସ ମିଳିଥାଏ ଯେଉଁଥିରେ ଆଣ୍ଟିମାଇକ୍ରୋବିୟଲ୍ ଗୁଣ ରହିଥାଏ ।ଯାହା ଚର୍ମ ଆଲର୍ଜି ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ଟି ଟ୍ରୀ ତେଲର ଉପକାରି ଗୁଣ ବିଷେରେ –

– ଟି ଟ୍ରୀ ତେଲ ବ୍ୟବହାର କରିବା ଦ୍ୱାରା ବ୍ରଣ ସମସ୍ୟ ଦୂର ହୋଇଥାଏ । ଏଥିରେ ଥିବା ଆଣ୍ଟିମାଇକ୍ରୋବିୟଲ୍ ଗୁଣ ପ୍ରାକୃତିକ ଆଣ୍ଟିସେପ୍ଟିକ୍ ଭାବରେ କାର୍ଯ୍ୟ କରିଥାଏ ।

– ଏହା ଶରୀରେ ଥିବା କ୍ଷତକୁ ଠିକ୍ କରିଥାଏ । ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଅଛି ଯାହା କୌଣସି ପ୍ରକାରର କ୍ଷତରେ ସଂକ୍ରମଣ ସୃଷ୍ଟି କରୁଥିବା ଜୀବାଣୁକୁ ନଷ୍ଟ କରିଥାଏ ଏବଂ କ୍ଷତକୁ ଭଲ କରିବାରେ ସାହାଯ୍ୟ କରିଥାଏ ।

– ଏହି ତେଲ ବ୍ୟବହାର କରିବା ଦ୍ୱାରା ନଖରେ ହେଉଥିବା ଫଙ୍ଗଲ୍ ଇନଫେକ୍ସନ ସମସ୍ୟା ଦୂର ହୋଇଥାଏ । ଏଥିପାଇଁ କିଛି ବୁନ୍ଦା ଟି ଟ୍ରୀ ତେଲକୁ ନଡିଆ ତେଲରେ ମିଶାଇ ପ୍ରଭାବିତ ଅଞ୍ଚଳରେ ଲଗାଇବା ଦ୍ୱାରା ଲାଭ ମିଳିଥାଏ ।

-ତେଲିଆ ଚର୍ମର ସମସ୍ୟା ଦୂର କରିବା ପାଇଁ ଏହି ତେଲର ବ୍ୟବହାର ମଧ୍ୟ ପ୍ରଭାବଶାଳୀ ଅଟେ । ଟି ଟ୍ରୀ ତେଲରେ ଆଣ୍ଟିସେପ୍ଟିକ୍ ଗୁଣ ରହିଛି, ଯାହା ଆମ ଶରୀରରେ ଥିବା ସେବମ୍ ହ୍ରାସ କରିଥାଏ ।

– ଏହି ତେଲରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଏବଂ ଏହା ଚର୍ମ ସଂକ୍ରମଣକୁ ଦୂର କରିବା ସହ କୁଣ୍ଡାଇ ହେବା ସମସ୍ୟା କମ୍ କରିଥାଏ । ଏଥିପାଇଁ ଟି ଟ୍ରୀ ତେଲର କିଛି ବୁନ୍ଦାକୁ ମଶ୍ଚରାଇଜରରେ ମିଶାଇ ଦିନରେ ଦୁଇରୁ ତିନିଥର ମୁହଁରେ ଲଗାନ୍ତୁ ।

– ଟି ଟ୍ରି ଅଏଲ କେଶକୁ ମୂଳରୁ ପୋଷଣ ଯୋଗାଇଥାଏ। ପ୍ରତିଦିନ କେଶ ମୂଳରେ ଏହି ତେଲ ଲଗାଇବା ଦ୍ୱାରା ଫଲିକ୍ସ ଅନ୍‌ଲଗ୍‌ ହୋଇଥାଏ ଓ ମୂଳରୁ କେଶ ଶକ୍ତ ହୁଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.