ଯଦି ଆପଣ କେଉଁଠି ଚାକିରୀ କରିଛନ୍ତି ତାହେଲେ ଆପଣଙ୍କର PF ଆକାଉଣ୍ଟ ନିଶ୍ଚୟ ଥିବ। ପ୍ରତି ମାସରେ ଏଥିରେ PF ପଇସା ଜମା ବି ହେଉଥିବ। କିନ୍ତୁ ଥରେ ଭାବନ୍ତୁ କୌଣସି କାରଣରୁ ଏହି ଆକାଉଣ୍ଟ ଯଦି ବନ୍ଦ ହୋଇଯାଏ ତାହେଲେ ଖାତାଧାରକଙ୍କୁ ବହୁତ ସମସ୍ୟା ଉଠାଇବାକୁ ପଡିପାରେ। କର୍ମଚାରୀଙ୍କୁ ବହୁତ ହଇରାଣ ହେବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ PF ଆକାଉଣ୍ଟ ହଠାତ୍ କାହିଁକି ବନ୍ଦ ହୋଇଯାଏ ଓ ଆକାଉଣ୍ଟରେ ଜମାଥିବା ଜମାରାଶିକୁ କ’ଣ କରାଯାଏ।
କମ୍ପାନୀ ବଦଳେଇବା ପରେ ଆକାଉଣ୍ଟ ସ୍ଥାନାନ୍ତରଣ କରିବା ଆବଶ୍ୟକ
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଚାକିରୀ ବଦଳେଇବା ପରେ କର୍ମଚାରୀ ପିଏଫ ଆକାଉଣ୍ଟକୁ ପୁରୁଣା କମ୍ପାନୀରୁ ନୂଆ କମ୍ପାନୀକୁ ସ୍ଥାନାନ୍ତରଣ କରିବା ଆବଶ୍ୟକ। ଯଦି କର୍ମଚାରୀ ନିଜ ଆକାଉଣ୍ଟ ସ୍ଥାନାନ୍ତରଣ କରିନଥାନ୍ତି ଓ ପୁରୁଣା କମ୍ପାନୀ ବନ୍ଦହେଇଯାଏ ତେବେ ଆପଣଙ୍କ PF ଆକାଉଣ୍ଟ ବି ବନ୍ଦ ହୋଇଯାଏ। ଦୀର୍ଘ ୩୬ ମାସ ଧରି ଆପଣଙ୍କ EPFO ଆକାଉଣ୍ଟକୁ କୌଣସି ପଇସା ଯିବା ଆସିବା କରିନଥାଏ ତେବେ ଆପଣଙ୍କ ଆକାଉଣ୍ଟ ବନ୍ଦ ହେଇଯିବାର ସମ୍ଭାବନା ରହିଥାଏ। ଏହି ସମୟରେ ଆପଣଙ୍କ ଆକାଉଣ୍ଟକୁ ‘ଇନ୍ଅପରେଟିଭ’କ୍ୟାଟୋଗରୀରେ ପକାଇଦିଆଯାଏ ।
ଏହି ସବୁ କାରଣରୁ ବନ୍ଦ ହୁଏ ଆକାଉଣ୍ଟ
PF ଆକାଉଣ୍ଟ ବନ୍ଦହେବାର ଅନ୍ୟ କାରଣ ବି ରହିଥାଏ। ଯାହା :-
– ଖାତା ଧାରକ ଯଦି ବିଦେଶରେ ରୁହନ୍ତି ତେବେ ତାଙ୍କ PF ଆକାଉଣ୍ଟକୁ ଇନ୍ଆକ୍ଟିଭ କରିଦିଆଯାଏ ।
-ଯଦି ପିଏଫ ଧାରଙ୍କର କୌଣସି କାରଣରୁ ମୃତ୍ୟୁ ହେଇଯାଏ ତେବେ ତାଙ୍କ PF ଆକାଉଣ୍ଟକୁ ଇନଆକ୍ଟିଭ କରିଦିଆଯାଏ ।
-ଯେତେବେଳେ କର୍ମଚାରୀ ନିଜର ରିଟାୟରମେଣ୍ଟ ଟଙ୍କା ଉଠାଇ ନିଅନ୍ତି ସେତେବେଳେ ତାଙ୍କ PF ଆକାଉଣ୍ଟକୁ ଇନଅପରେଟିଭ କରିଦିଆଯାଏ ।
ଇନ୍ଆକ୍ଟିଭ ଆକାଉଣ୍ଟରେ ଜମାଥିବା ଟଙ୍କାକୁ କ’ଣ କରାଯାଏ
– ଇନ୍ଆକ୍ଟିଭ ହେବାପରେ ଆକାଉଣ୍ଟରେ ଜମାଥିବା ଟଙ୍କାକୁ ଆପଣ ସୁଧ ହିସାବରେ ପାଇପାରିବେ। ଏହିଟଙ୍କାକୁ ଆପଣ ଉଠାଇ ନେଇବି ପାରିବେ।
-ଆଗରୁ ଏହି ଆକାଉଣ୍ଟରୁ ସୁଧ ମିଳୁନଥିଲା କିନ୍ତୁ ୨୦୧୬ ରେ ଏହି ନିୟମକୁ ସଂଶୋଧନ କରାଯାଇଛି ଓ ସୁଧ ଦେବା ପକି୍ରୟା ଆରମ୍ଭ କରାଯାଇଛି ।
-କର୍ମଚାରୀଙ୍କୁ ୫୮ବର୍ଷ ବୟସ ହେବା ଯାଏଁ PF ଆକାଉଣ୍ଟରୁ ସୁଧ ମିଳି ପାରିବ।
-ଯଦି ଆକାଉଣ୍ଟ ୭ବର୍ଷ ପର୍ଯ୍ୟନ୍ତ ନିଷ୍କ୍ରିୟ ହେଇକି ରୁହେ, ତାହେଲେ ଯେତେ ବାଲାନ୍ସ କ୍ଲେମ କରିନଥିବେ ସେତିକି ବାଲାନ୍ସ ସିନିୟର ସିଟିଜେନ େଓ୍ଵଲଫେୟାର ଫଣ୍ଡକୁ ଟ୍ରାନ୍ସଫର କରିଦିଆଯାଏ।
-ବରିଷ୍ଠ ନାଗରିକ କଲ୍ୟାଣ ପାଣ୍ଠିରେ ଏହି ଟଙ୍କା ୨୫ବର୍ଷ ରହିଥାଏ । ଏହି ସମୟ ଭିତରେ ଆପଣ ଏହି ଟଙ୍କାର ଦାବି କରିପାରିବେ। ଏହି ପାଣ୍ଠି ଉପରେ ସରକାର ସୁଧ ମଧ୍ୟ ଦିଅନ୍ତି।
ବନ୍ଦ ହୋଇଥିବା ଆକାଉଣ୍ଟକୁ କିପରି ଆକ୍ଟିଭ କରିବେ
PF ଆକାଉଣ୍ଟକୁ ଦ୍ୱିତୀୟ ଥର ଆକ୍ଟିଭ କରିବା ପାଇଁ ଆପଣଙ୍କୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନରେ ଏକ ଦରଖାସ୍ତ ଦେବାକୁ ପଡିବ। ଖାସ୍ କଥା ହେଲା ଆକାଉଣ୍ଟ ନିଷ୍କ୍ରିୟ ହେବା ପରେ ଏଥିରେ ଥିବା ଟଙ୍କା ଉପରେ ସୁଧ ମିଳିପାରିବ। ଯାହା ଦ୍ୱାରା ଆପଣଙ୍କ ଟଙ୍କା ବୁଡିବ ନାହିଁ ଆପଣଙ୍କୁ ଟଙ୍କା ପୁଣିଥରେ ମିଳିଯିବ।