ନାବାଳିକା ଛାତ୍ରୀକୁ ଅଶ୍ଳୀଳ ଭିଡିଓ ଦେଖାଇ ଗିରଫ ହେଲେ ଶିକ୍ଷକ

ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇବା । ବନ୍ଧା ହେଲେ ଶିକ୍ଷକ । ଘଟଣାଟି ହେଉଛି ମଧ୍ୟପ୍ରଦେଶ ସିହୋର ଅଂଚଳର । ଅଭିଯୁକ୍ତ ଶିକ୍ଷକ ଜଣକ ପାଣ୍ଡାଗ୍ରାମର ଏକ ସ୍କୁଲରେ କାମ କରନ୍ତି ।

ସୂଚନାଯୋଗ୍ୟ, ଜଣେ ନାବାଳିକା ଛାତ୍ରୀଙ୍କୁ ଦୀର୍ଘ ଦିନ ଧରି ଅଭିଯୁକ୍ତ ଶିକ୍ଷକ ଜଣକ ନିଜ ଫୋନରେ ଅଶ୍ଳୀଳ ଭିଡିଓ ଦେଖାଉଥିଲେ । ଏପରିକି ଘରେ କାହାକୁ କିଛି ନକହିବା ପାଇଁ ଧମକ ମଧ୍ୟ ଦେଉଥିଲେ । ହେଲେ ଶିକ୍ଷକଙ୍କ କାରନାମାରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ନିଜ ଘରେ ଏନେଇ ଜଣାଇଥିଲେ । ଏହା ପରେ ଛାତ୍ରୀଙ୍କ ଅଭିଭାବକ ପୋଲିସରେ ଅଭିଯୋଗ କରିବା ପରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ଶିକ୍ଷକ । ତେବେ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.