୩୦ଟି ବେନାମି ଲକରରୁ ମିଳିଲା ୧୦ କୋଟି

ନୂଆଦିଲ୍ଲୀ : ଆୟକର ବିଭାଗ ଅଧିକାରୀଙ୍କୁ ବଡ଼ ସଫଳତା । ଦିଲ୍ଲୀର ଚାନ୍ଦିନୀ ଚୌକ ଠାରେ ଥିବା ଏକ ବେସରକାରୀ ଟ୍ରେଜେରୀରୁ ୩୦ଟି ବେନାମି ଲକର ଭାଙ୍ଗି ପ୍ରାୟ ୧୦ କୋଟି ଟଙ୍କା ଉଦ୍ଧାର କରିଛନ୍ତି । ତେବେ ଏସବୁ କାହାର ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସେଠାରେ ଥିବା ଏକ ଫାର୍ମରେ କାମ କରୁଥିବା କିଛି ପୂର୍ବତନ କର୍ମଚାରୀ ଓ ବର୍ତ୍ତମାନ କର୍ମଚାରୀଙ୍କ ସହ ସେମାନଙ୍କ ସମ୍ପର୍କୀୟଙ୍କ ନାଁରେ ଲକର୍‌ ସବୁ ଖୋଲା ଯାଇଛି । ହେଲେ ବର୍ତ୍ତମାନର କର୍ମଚାରୀମାନେ ଏହି ଲକର ସମ୍ପର୍କରେ ଅବଗତ ନାହାନ୍ତି ବୋଲି କହିଛନ୍ତି । ଆଉ କିଛି କହିଛନ୍ତି, ପୂର୍ବରୁ ସେମାନେ ଏହି ଲକର ବ୍ୟବହାର କରୁଥିଲେ ଓ ଏବେ କରୁ ନାହାନ୍ତି ।
ବେନାମି ସମ୍ପତ୍ତି ନେଇ ଆୟକର ଚଢ଼ାଉ ଚାଲିଛି ଏବଂ ଏହା ଆହୁରି ୧୦ ଦିନ ଧରି ଚାଲିବ ବୋଲି ଜଣାପଡ଼ିଛି । ଯାହା ସୂଚନା ମିଳିଛି, ଏହି ବେସରକାରୀ ଟ୍ରେଜେରୀରେ ପ୍ରାୟ ୩୦୦ଟି ଲକର ରହିଛି । ଗତ ଶନିବାର ସୁଦ୍ଧା ସେଥିରୁ ୧୨୦ଟି ଲକର ଖୋଲା ଯାଇଥିଲା । ଏସବୁରୁ ମୋଟ୍‌ ୨୫ କୋଟି ଟଙ୍କା ବାହାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.