ପ୍ରତି ସପ୍ତାହରେ ପରସ୍ପରର ରକ୍ତ ପିଇଥାନ୍ତି ଏହି ଭ୍ୟାମ୍ପାୟର୍ସ ଦମ୍ପତି, ବାସ୍ତବତା ଜାଣି ହେବ ନାହିଁ ବିଶ୍ବାସ

ଆପଣ ଫିଲ୍ମ ବା କାହାଣୀରେ ଭ୍ୟାମ୍ପାୟର୍ସ ବିଷୟରେ ଶୁଣିଥିବେ। କିନ୍ତୁ କେବେ ବାସ୍ତବ ଜୀବନରେ କୌଣସି ଭ୍ୟାମ୍ପାୟର୍ସକୁ ଦେଖିଛନ୍ତି କି ? ନିହାତି ଭାବେ ଆପଣଙ୍କ ଉତ୍ତର ନା ହିଁ ରହିଥିବ। କିନ୍ତୁ ଆଜି ଆମେ ବିଟ୍ରେନରେ ରହୁଥିବା ଏପରି ଏକ ଦମ୍ପତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜକୁ ଭ୍ୟାମ୍ପାୟର୍ସ କହିବା ସହ ରକ୍ତ ମଧ୍ୟ ପିଇଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ଯକର କଥା ଏହାକି ଏହି ଦମ୍ପତି ଅନ୍ୟ କାହାର ନୁହଁ ବରଂ ପରସ୍ପରର ରକ୍ତ ପିଇଥାନ୍ତି। ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା।

couple

ବ୍ରିଟେନର ଏହି ଦମ୍ପତିଙ୍କ ନାମ ଲିଓ ବେନିନଗ୍ରାଫ୍ ଏବଂ ଆରୋ ଡ୍ରାବେନ୍ । ଲିଓଙ୍କ ବୟସ ୨୦ ବର୍ଷ ରହିଥିବା ବେଳେ ଆରୋ ୩୮ ବର୍ଷ। ଦୁହେଁ ଭ୍ୟମ୍ପାୟର୍ସ ବୋଲି ଯୁକ୍ତି ବାଢ଼ିଥାନ୍ତି। ତେବେ ଦୁହିଁଙ୍କର ସାକ୍ଷାତ ଏକ ଡ଼େଟିଂ ଆପ ଜରିଆରେ ହୋଇଥିଲା। ଦୁହିଁଙ୍କୁ ବ୍ଲାକ୍ ଏଣ୍ଡ ହ୍ବାଇଟ ଜୀବନ ବଞ୍ଚିବା ପସନ୍ଦ।

vemp

ତେବେ ଏକ ଇଣ୍ଟରଭ୍ୟୁ ଲିଓ କହିଛନ୍ତି, ଦେଖା ହେବା ପରେ ଡ଼୍ରାବେନ ତାଙ୍କୁ ଥରେ ରକ୍ତ ପିଇବା ପ୍ରସ୍ତାବ ଦେଇଥିଲେ। ତାଙ୍କୁ ପ୍ରଥମେ ଟିକେ ଆଶ୍ଚର‌୍ୟ୍ୟ ଲାଗିଥିଲା କିନ୍ତୁ ପରେ ସେ ହଁ କହିଥିଲେ। ଏହା କରିବା ଦ୍ବାରା ସଂମ୍ପର୍କ ମଜବୁତ ହୋଇଥିବା ଡ଼୍ରାବେନ କହିଥିଲେ। ଏହାପରେ ଡ୍ରାବେନ ତାଙ୍କ ହାତ କାଟି ଲିଓଙ୍କୁ ରକ୍ତ ପିଇବାକୁ ଦେଇଥିବା ବେଳେ ଲିଓ ମଧ୍ୟ ନିଜର ରକ୍ତ ତାଙ୍କୁ ଦେଇଥିଲେ।

vempire couple

ଦମ୍ପତିଙ୍କ ଅନୁଯାୟୀ, ଏହା କରିବା ଦ୍ବାରା ଦୁହିଁଙ୍କୁ ଚମତ୍କାରୀ ଅନୁଭୂତ ହୋଇଥିଲା। ଯାହା ପରେ ସେମାନେ ପରସ୍ପର ରକ୍ତ ପିଇବାର ଏକ ନିୟମ ପ୍ରସ୍ତୁତ କରିଥିଲେ। ଦୁହେଁ ସପ୍ତାହକୁ ଥରେ ଲେଖାଁ ରକ୍ତ ଶେୟାର କରି ପିଇବା ପରମ୍ପରା କରିଥିଲେ। କେବେକେବେ ତ ସିଧାସଳଖ ଭ୍ୟାମ୍ପପାୟର୍ସ ଷ୍ଟାଇଲରେ ପିଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.