ଦକ୍ଷିଣ ଭାରତୀୟ ଫିଲ୍ମରେ ଡେବ୍ୟୁ କରୁଛନ୍ତି ସଲମାନ୍‌ ଖାନ୍‌, ଚିରଞ୍ଜିବୀଙ୍କ ସହ ସେୟାର କରିବେ ସ୍କ୍ରିନ୍‌

ବଲିଉଡ୍‌ ପରେ ଏବେ ଦକ୍ଷିଣ ଭାରତୀୟ ଫିଲ୍ମରେ ପାଦ ଥାପିଛନ୍ତି ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌। ସଲମାନ୍‌ ଏବେ ସାଉଥ୍‌ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଚିରଞ୍ଜିବୀଙ୍କ ଫିଲ୍ମ ଗଡ୍‌ଫାଦରରେ ସଲମାନ୍‌ ନଜର ଆସିବେ। ଚିରଞ୍ଜିବୀ ହେଉଛନ୍ତି ସାଉଥ୍‌ ଫିଲ୍ମ ଜଗତର ଏକ ବଡ଼ ନାଁ। ଏଣୁ ଏହି ଦୁଇ ବଡ଼ ଷ୍ଟାରଙ୍କୁ ଏକାସାଙ୍ଗେ ସ୍କ୍ରିନ୍‌ରେ ଦେଖିବାକୁ ଫ୍ୟାନ୍‌ ବି ଉତ୍ସାହିତ ଅଛନ୍ତି।

ଏହି ଫିଲ୍ମ ପାଇଁ ଚିରଞ୍ଜିବୀ ଏକ ଫୁଲତୋଡ଼ା ସହ ସଲମାନ୍‌ଙ୍କ ସ୍ୱାଗତ କରିଛନ୍ତି। ଏହି ଫଟୋକୁ ଚିରଞ୍ଜିବୀ ଟ୍ଵିଟ୍‌ କରିଛନ୍ତି। ଫଟୋ କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି- ଭାଇ ଗଡ୍‌ଫାଦରରେ ଆପଣଙ୍କୁ ସ୍ୱାଗତ। ଆପଣ ଏଣ୍ଟ୍ରି କେବଳ ସମସ୍ତଙ୍କ ଭିତରେ ଏନର୍ଜି ଭରିଦେଇନି ବରଂ ସମସ୍ତଙ୍କ ଏକ୍ସାଇଟ୍‌ମେଣ୍ଟ ଲେବଲକୁ ବି ବଢ଼ାଇ ଦେଇଛି। ଆପଣଙ୍କ ସହ ସ୍କ୍ରିନ୍‌ ସେୟାର କରିବା ଏକ ଖୁସିର କଥା। ଆପଣଙ୍କ ଉପସ୍ଥିତି ଦର୍ଶକଙ୍କୁ ଏକ ମ୍ୟାଜିକାଲ କେକ୍‌ ଦେବ।

ଫିଲ୍ମରେ ସଲମାନ୍‌ ଖାନ୍‌ଙ୍କୁ ଦେଖିବାକୁ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ଏହା ମାଲାୟାଲମ୍‌ର ସୁପରହିଟ୍‌ ଫିଲ୍ମ ‘ଲୁସିଫର’ର ରିମେକ୍‌। ଫିଲ୍ମରେ ସଲମାନ୍‌ ଖାନ୍‌ଙ୍କର ଏକ କେମିଓ ରୋଲ୍‌ ରହିଛି। ଏଥିରେ ଭାଇଜାନ୍‌ ପୃଥ୍ଵୀରାଜ ସୁକୁମାରନ୍‌ଙ୍କ ଭୂମିକାରେ ଅଭିନୟ କରିବେ। ପ୍ରକାଶ ଯେ ‘ଗଡଫାଦର’ ଏକ କମର୍ସିଆଲ ଏଣ୍ଟରଟେନର। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ମୋହନ ରାଜା। ଫିଲ୍ମରେ ନୟନତାରା, ସତ୍ୟଦେବ କଞ୍ଚରଣ, ଜୟ ପ୍ରକାଶ ପ୍ରମୁଖ କଳାକାର ନଜର ଆସିବେ।

Also Read: ଇରାନ୍‌ରେ ଭୟଙ୍କର ଭୂମିକମ୍ପ, ୬ ରିକ୍ଟର ସ୍କେଲ ରହିଛି ତୀବ୍ରତା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.