Below header

ଏହି ରୋଗୀମାନେ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଆଳୁ; ଆହୁରି ବଢ଼ିଯାଇ ପାରେ ସମସ୍ୟା

ଆଳୁରେ ଅନେକ ଔଷଧୀୟ ଗୁଣ ରହିଛି, ଯାହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ। ଏଥିରେ ଭିଟାମିନ୍‌ ଏ, ପୋଟାସିୟମ୍‌, ଭିଟାମିନ୍‌ ସି, ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌, ଜିଙ୍କ ଏବଂ ଆଇରନ ପ୍ରଚୁର ମାତ୍ରାରେ ମିଳିଥାଏ। ଏଥି ସହିତ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ, ଗ୍ଲୁକୋଜ ଏବଂ ଆମିନୋ ଏସିଡ୍‌ ବି ମିଳିଥାଏ। କିନ୍ତୁ କିଛି ସମସ୍ୟାରେ ଆଳୁ ଖାଇବା ବହୁତ କ୍ଷତିକାରକ ହୋଇଥାଏ। ଆସନ୍ତୁ ଜାଣିବା, କେଉଁ କେଉଁ ସମସ୍ୟାରେ ଆଳୁ ଖାଇବା ଉଚିତ୍‌ ନୁହେଁ।

ଏସିଡିଟି: ଏସିଡିଟି ସମସ୍ୟା ଥିଲେ ନିୟମିତ ରୂପେ ଆଳୁ ସେବନ କରନ୍ତୁ ନାହିଁ। ଏହା ଗ୍ୟାସ୍‌ ସମସ୍ୟାକୁ ବଢ଼ାଇ ଦେଇଥାଏ। ଆଳୁ ଅଧିକ ମାତ୍ରାରେ ସେବନ କଲେ କିଛି ଲୋକଙ୍କୁ ବ୍ଲୋଟିଙ୍ଗ୍‌ ସମସ୍ୟା ମଧ୍ୟ ହୋଇ ପାରେ। ଏହି କାରଣରୁ ଏସିଡିଟି ଥିଲେ ଆଳୁ ଖାଇବାକୁ ମନା କରାଯାଇଥାଏ।

ସୁଗାର: ଯେଉଁମାନେ ଟାଇପ୍‌ ୨ ଡାଇବେଟିସ୍‌ କିମ୍ବା ହାଇ ବ୍ଲଡ୍‌ ସୁଗାରରେ ପୀଡ଼ିତ, ସେମାନେ ଆଳୁ ଖାଇବା ଉଚିତ ନୁହେଁ। ଆଳୁ ଗ୍ଲାଇସେମିକ୍‌ ଇଣ୍ଡେକ୍ସରେ ହାଇ ହୋଇଥାଏ ଏବଂ ଏହାର ସେବନ ଦ୍ୱାରା ଶରୀରରେ ବ୍ଲଡ୍‌ ସୁଗାର ଅର୍ଥାତ୍‌ ଗ୍ଲୁକୋଜ ମାତ୍ରା ବଢ଼ି ଯାଇଥାଏ।

ବ୍ଲଡ୍‌ ପ୍ରେସର: ବ୍ଲଡ୍‌ ପ୍ରେସର ରୋଗୀ ମାନେ ସନ୍ତୁଳନ ରକ୍ଷା କରି ଆଳୁ ସେବନ କରିବା ଉଚିତ୍‌। ଆଳୁ ଖାଇଲେ ସେମାନଙ୍କ ବ୍ଲଡ୍‌ ପ୍ରେସର ହାଇ ହୋଇପାରେ। ତେଣୁ ଏମିତି ଲୋକ ଖୁବ୍‌ କମ୍‌ ମାତ୍ରାରେ ହିଁ ଆଳୁ ଖାଆନ୍ତୁ।

ମୋଟାପଣ: ଯେଉଁ ମାନଙ୍କର ଜଲ୍‌ଦି ଓଜନ ବଢ଼ିଯାଏ, ସେମାନେ ଆଳୁ ଖାଇବା କଥା ନୁହେଁ। କାରଣ, ଆଳୁରେ ଅଧିକ ମାତ୍ରାରେ କାର୍ବସ୍‌ ରହିଥାଏ, ଯାହା ଓଜନକୁ ଜଲ୍‌ଦି ବଢ଼ାଇଥାଏ।

ଗଣ୍ଠି ରୋଗ: ଅର୍ଥରାଇଟିସ୍‌ ଏବଂ ଗଣ୍ଠିବାତ ରୋଗୀଙ୍କୁ ଆଳୁ ସୀମିତ ମାତ୍ରାରେ ହିଁ ସେବନ କରିବା ଉଚିତ। ଯଦି ଆପଣ ଗଣ୍ଠିବାତ ରୋଗୀ, ତ କମ୍‌ ତେଲରେ ତିଆରି ହୋଇଥିବା ଆଳୁ ଭଜା ନଚେତ୍‌ ଚୋପା ସହିତ ହିଁ ଆଳୁ ଖାଇବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.