ଖରାଦିନରେ ସବୁଠୁ ଉପଯୁକ୍ତ ଛତୁଆ ଡ୍ରିଙ୍କସ୍‌, ପ୍ରତିଦିନ ପିଅନ୍ତୁ

ଖରାଦିନେ ଗରମ ଦାଉରୁ ରକ୍ଷା ପାଇଁ ସମସ୍ତେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି। ବାଟରେ ଯାଉଥିବା ସମୟରେ ହାଲିଆ ଲାଗିଲେ ସ୍ୱାସ୍ଥ୍ୟ ଉପଯୋଗୀ ତରଭୂଜ ଓ କାକୁଡି ଭଳି ଫଳ ଖାଇବାକୁ ମଧ୍ୟ ଦୋକାନରେ ଲୋକଙ୍କ ଭିଡ ଦେଖିବାକୁ ମିଳେ। ସରବତ ଖରାଦିନ ପାଇଁ ବେଷ୍ଟ ଅପସନ ହୋଇଯାଏ। ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଟିପ୍ସ ନେଇ ଆସିଛୁ ଯାହା ଖରାଦିନେ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ଏହାକୁ ପ୍ରସ୍ତୁତ କରିବା ମଧ୍ୟ ଖୁବ ସହଜ। ଆମେ କହୁଛୁ ଛତୁଆ ଡ୍ରିଙ୍କସ ସମ୍ପର୍କରେ । ଯାହା ଖରାଦିନ ପାଇଁ ସବୁଠୁ ଭଲ ହୋଇଥାଏ।

ଛତୁଆରେ କାର୍ବୋହାଇଡ୍ରେଟ, ପ୍ରୋଟିନ , ଫାଇବର୍ସ, ଆଇରନ, ସୋଡିୟମ, ଫାଇବର ଏବଂ ମାଗ୍ନେସିୟମ ଭଳି ପୋଷକ ତତ୍ତ୍ୱ ରହିଛି। ଏହାକୁ ସେବନ କରିବା ଦ୍ୱାରା ଅନେକ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ। ଏହାକୁ ଶରୀର ପାଇଁ ରାମବାଣ କୁହାଯାଏ।

ଜାଣନ୍ତୁ ଏଥିରେ କେଉଁ ସବୁ ଫାଇଦା ମିଳେ:

-ଛତୁଆ ଖାଇବା ଦ୍ୱାରା ଖରାଦିନରେ ଶରୀର ଥଣ୍ଡା ରୁ ହେ। ଏହାଦ୍ୱାରା ଶରୀରର ତାପମାତ୍ରା କଣ୍ଟ୍ରୋଲ ରହିଥାଏ। ଏହି କାରଣରୁ ଛତୁଆ ପିଇବା ଦ୍ୱାରା ଖରାଦିନରେ ପେଟ ରୋଗ ଦୂର ହୁଏ। ଏହା ପେଟ ସହ ଶରୀରକୁ ଥଣ୍ଡା ରଖେ।

-ଖରାଦିନରେ ଲୁ ତଥା ସନସ୍ଟ୍ରୋକ ଭଳି ସମସ୍ୟା ଦେଖାଯାଏ। ତେଣୁ ଏହିସମୟରେ ମଧ୍ୟ ଆପଣ ଯଦି ଏହି ଛତୁଆ ଡ୍ରିଙ୍କସ କୁ ବାଛିବେ ତେବେ ଫାଇଦାରେ ରହିବେ। ଏହାଦ୍ୱାରା ଶରୀର ଡିହାଇଡ୍ରେଟ ରୁହେ।

-ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଭଲ ହୋଇଥାଏ। ଏହା ଶରୀରରେ ଏକ୍ସଟ୍ରା ଗ୍ଲୁକୋଜ ମାତ୍ରାକୁ କମ ରଖିଥାଏ। ଏହାଦ୍ୱରା ଶରୀରରେ ସର୍କରାର ମାତ୍ରା ମଧ୍ୟ ନିୟନ୍ତ୍ରଣ ରୁହେ । ଯାହାକି ମଧୁମେହ ପାଇଁ ଉପଯୁକ୍ତ।

-ଶରୀରରେ ରକ୍ତ ଅଭାବକୁ ମଧ୍ୟ ଏହା ଦୂର କରେ। ଏଥିରେ ଆଇରନ ଭରପୂର ମାତ୍ରାରେ ରହିଥାଏ। ତେଣୁ ଯେଉଁମାନଙ୍କର ରକ୍ତ ଅଭାବ ରହିଛି ସେମାନେ ଏହାକୁ ସେବନ କରିବା ଉଚିତ।

-ଶରୀରରେ ଏହା ଶକ୍ତିର ଅଭାବକୁ ଦୂର କରେ। ଏହାକୁ ପ୍ରତିଦିନ ପିଇବା ଦ୍ୱାରା ଶରୀରକୁ ତୁରନ୍ତ ଏନର୍ଜି ମିଳେ।ଏଥିରୁ ମିଳୁଥିବା ପ୍ରୋଟିନ ଲିଭର ପାଇଁ ଭଲ ହୋଇଥାଏ।

-ପେଟ ରୋଗ ଦୂର ମଧ୍ୟ କରିଥାଏ ଛତୁଆ ଡ୍ରିଙ୍କସ। ଏହାଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଏ। ପେଟ ସହ ଅନ୍ତନଳୀକୁ ଏହା ସଫା ରଖେ। ଗ୍ୟାସ ଓ କୋଷ୍ଠ କାଠିନ୍ୟ ଭଳି ସମସ୍ୟାକୁ ଏହା ଦୂର କରେ। ଖରାଦିନ ପାଇଁ ଏହା ସବୁ ପ୍ରକାର ସମସ୍ୟାକୁ ଦୂର କରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.