ଇଣ୍ଟରନେଟ ନଥିଲେ ବି ବିନା ନେଟରେ ଏହି ଆପରେ କରିପାରିବେ ମେସେଜ୍‌

ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ହେଉଥିବା ବିରୋଧ ପ୍ରଦର୍ଶନକୁ ରୋକିବା ପାଇଁ ଦେଶର ଅନେକ ଭାଗରେ ଇଣ୍ଟରନେଟ୍‌ ସେବାକୁ ବାଧିତ କରିବା ପରେ ମଧ୍ୟ ସେମିତି କିଛି ଅଧିକ ଫରକ ପଡୁନାହିଁ। ଏମିତି ପ୍ରଦର୍ଶନକାରୀଙ୍କ ପାଖରୁ ସଂଦେଶ ଆଦାନ ପ୍ରଦାନ ପାଇଁ ଫାୟାରଚାଟ ନାମକ ଆପ ବ୍ୟବହାର କରାଯାଉଛି, ଯାହା ବିନା ଇଣ୍ଟରନେଟରେ ବି ଚାଲିପାରିବ।

ଗୁଗଲ ପ୍ଲେ ଷ୍ଟୋରରେ ଏବେ ପର୍ଯ୍ୟନ୍ତ ଦଶ ଲକ୍ଷରୁ ଅଧିକ ଫାୟର ଚାଟକୁ ଡାଉନଲୋଡ କରାଯାଉଛି। ଏହି ଆପ୍‌ ବିନା ଇଣ୍ଟରନେଟରେ କାମ କରିଥାଏ। ବ୍ଲୁଟୁଥ ଏବଂ ଓ୍ଵାଇଫାଇ ଜରିଆରେ ଏହା କାମ କରିଥାଏ।

ଫାୟର ଚାଟ ଦ୍ୱାରା ଆପଣ ବିନା ମୋବାଇଲ ଫୋନ ନେଟଓ୍ଵାର୍କରେ ବି ନିଜ ଆଖପାଖର ଫାୟରଚାଟ ୟୁଜରଙ୍କ ସହ କଥାବାର୍ତ୍ତା କରିପାରିବେ।

Leave A Reply

Your email address will not be published.