Below header

ବିଲ ମଝିରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ଅତି ଅମାନୁଷିକ ଭାବେ କରାଯାଇଛି ହତ୍ୟା

ବାଲେଶ୍ୱର(କେନ୍ୟୁଜ୍) : ଯୁବକଙ୍କୁ ଅତି ବିଭତ୍ସ ହତ୍ୟା । ବାଲେଶ୍ୱର ଜିଲ୍ଲା ନୀଳଗିରି ପଞ୍ଚୁଲିଙ୍ଗେଶ୍ୱର ରାସ୍ତା କଡମ୍ବସାହି ନିକଟରେ ଥିବା ଏକ ବିଲରୁ ଠାବ ହୋଇଛି ଜଣେ ଯୁବକଙ୍କ ମୃତଦେହ । ଆଜି ସକାଳ ସମୟରେ ବିଲରେ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ କିଛି ସ୍ଥାନୀୟ ଲୋକେ । ଦେଖୁ ଦେଖୁ ପବନ ବେଗରେ ଖବର ପ୍ରଚାର ହୋଇଯାଇଥିଲା।

ଯାହା ଜଣାପଡୁଛି ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଛି । ଅନ୍ଯପଟେ ଏ ଯାଏଁ ଯୁବକଙ୍କ ପରିଚୟ ମିଳିନାହିଁ । ଏନେଇ କବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.