ଫଟୋଗ୍ରାଫରଙ୍କ ପାଦ ଉପରେ କାର ଚଢ଼ିଯିବାରୁ ରାଗିଗଲେ କରୀନା, ଭିଡ଼ିଓ ହେଉଛି ଖୁବ ଭାଇରାଲ

ଅଭିନେତ୍ରୀ କରିନା କପୁରଙ୍କ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ଏହି ଭିଡ଼ିଓରେ କରୀନା କପୁର ରାଗୁଥିବାର ଜଣାପଡ଼ିଛି। ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଧରିଛି। ଯାହାକୁ ଅନେକ ୟୁଜର୍ସ ସେୟାର କରିଛନ୍ତିି। କରୀନା କପୁର ସୁବବେଳେ ନିଜ ଷ୍ଟାଇଲ ଷ୍ଟେଟମେଣ୍ଟ ଏବଂ କିଲର ଆଟିଟ୍ୟୁଡକୁ ନେଇ ବେଶି ଲାଇମ ଲାଇଟ ରୁହନ୍ତି। ସେ ପ୍ରତିଦିନ ନିଜ ଲାଇଫ ଓ ପ୍ରୋଜେକ୍ଟକୁ ନେଇ ଅନେକ କିଛି ସେୟାର କରିଥାନ୍ତି।

ଏବେ କିନ୍ତୁ ଯେଉଁ କଥାକୁ ନେଇ ଝଗଡ଼ା ଚାଲିଛି ତାହା ରହିଛି ସବୁଠୁ ଅଲଗା। କରୀନା କପୁର ନିଜ ବେଷ୍ଟଫ୍ରେଣ୍ଡ ମଲାଇକା ଅରୋରାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିବାକୁ ତାଙ୍କ ଘରକୁ ଯାଇଥିଲେ। କାରଣ କିଛି ଦିନ ପୂର୍ବରୁ ମଲାଇକାଙ୍କ ଦୁର୍ଘଟଣା ହୋଇଯାଇଥିଲା। ଏହି ଘଟଣା ପରେ କରୀନା ତାଙ୍କ ପାଖକୁ ଯାଇଥିଲେ। ଦେଖାକରିବା ପରେ ଘର ବାହାରକୁ ଆସୁଥିବା ସମୟରେ ସେହି ସମୟରେ paparazzi ଫଟୋଗ୍ରାଫର୍ସ ତାଙ୍କ ଫଟୋ ଉଠାଇବାକୁ ଆଗେଇ ଆସିଥିଲେ। ଏହି ସମୟରେ କରୀନାଙ୍କ କାର ଏକ ଫଟୋଗ୍ରାଫର ପାଦ ଉପରେ ଚଢ଼ି ଯାଇଥିଲା।

 

View this post on Instagram

 

A post shared by Viral Bhayani (@viralbhayani)

ଭିଡ଼ିଓରେ ସେହି ବ୍ୟକ୍ତିର ଚିତ୍କାର ମଧ୍ୟ ଶୁଣାଯାଉଛି । ଏହାକୁ ଦେଖିବା ପରେ କରୀନା ନିଜ ଡ୍ରାଇଭରକୁ ରାଗୁଥିବାର ଦେଖିବାକୁ ମିଳିଛି। କାରକୁ ପଛକୁ ନେବା ପାଇଁ ସେ କହୁଥିଲେ। ଏହି ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି। ଅନେକ ୟୁଜର୍ସ ଏହାକୁ ନେଇ କମେଣ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.