ଖାଦ୍ୟ ପହଞ୍ଚାଇବା ପରେ ଖୁବ୍‌ କାନ୍ଦିଲେ ଡେଲିଭରି ବୟ! ପାଣି ଦେଲେ ଗ୍ରାହକ ଆଉ ସଙ୍ଗେ ସଙ୍ଗେ ସେୟାର କଲେ ତାଙ୍କ ଦୁଃଖଦାୟକ କାହାଣୀ

ଷ୍ଟାଣ୍ଡ୍‌ ଅପ୍‌ କମେଡିଆନ ସାହିଲ ଶାହ ଟ୍ଵିଟରରେ ଏକ ବହୁତ ଇମୋସନାଲ ଷ୍ଟୋରୀ ସେୟାର କରିଛନ୍ତି। ଏହି ଷ୍ଟୋରୀରେ ସେ ଫୁଡ୍‌ ଡେଲିଭରି ବୟଙ୍କ ଦୁଃଖଦାୟକ କାହାଣୀ ବର୍ଣ୍ଣନା କରିଛନ୍ତି। ସାହିଲ ଶାହଙ୍କ ଟ୍ଵିଟରରେ ୧୦ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଟ୍ଵିଟ୍‌ କରି ସେ ଲେଖିଛନ୍ତି ଯେ ‘ଯଦି ଖାଦ୍ୟ ଡେଲିଭରି ହେବାରେ ବିଳମ୍ବ ବି ହୋଇଯାଏ ତ ଏହା ଠିକ୍‌ ଅଛି, କିନ୍ତୁ ଡେଲିଭରି ବୟ ଉପରେ କ୍ରୋଧ ପ୍ରକାଶ କରନ୍ତୁ ନାହିଁ’।

ସାହିଲ ୪ ଏପ୍ରିଲରେ କେତେଗୁଡ଼ିଏ ଟ୍ଵିଟ୍‌ କରି ଜଣେ ଫୁଡ୍‌ ଡେଲିଭରି ବୟଙ୍କ ଯନ୍ତ୍ରଣା ବିଷୟରେ ଉଲ୍ଲେଖ କରିଥିଲେ। ସେ ଲେଖିଥିଲେ, ‘ଜଣେ ଫୁଡ୍‌ ଡେଲିଭରି ବୟ ଆଜି ମୋ ସାମ୍ନାରେ କଥା ହେବା ବେଳେ ନିଜକୁ ସମ୍ଭାଳି ପାରି ନ ଥିଲେ, ଆଉ କାନ୍ଦି ପକାଇଥିଲେ। କାହିଁକି ନା, ସେ ମୋ ଖାଦ୍ୟ ଡେଲିଭରି କରିବା ପୂର୍ବରୁ ୩ ଥର ସଡ଼କ ଦୁର୍ଘଟଣାର ଶିକାର ହେଉ ହେଉ ବର୍ତ୍ତି ଯାଇଥିଲେ। ମୁଁ ତାଙ୍କୁ ପାଣି ପିଆଇଥିଲି ଏବଂ ଟିପ୍‌ ବି ଦେଇଥିଲି। ଏପରି କି, ତାଙ୍କୁ କ୍ଷମା ମଧ୍ୟ ମାଗିଥିଲି। କାହିଁକି ନା, ମୋର ୫୦୦ ଟଙ୍କାର ଡିନରର ଦାମ୍‌ ତାଙ୍କ ଜୀବନଠାରୁ ଅଧିକ ନୁହେଁ। ଦୟାକରି, ଡେଲିଭରି କରୁଥିବା ବୟଙ୍କ ସହ ଭଲ ବ୍ୟବହାର କରନ୍ତୁ। ସେମାନେ ନିଜ ତରଫରୁ ବେଷ୍ଟ୍‍ କରିବାକୁ ଚେଷ୍ଟା କରୁଛନ୍ତି’।

ସେ ଆଗକୁ ଆହୁରି ଲେଖିଥିଲେ ଯେ ‘ଯଦି ଖାଦ୍ୟ ପହଞ୍ଚିବାରେ ବିଳମ୍ବ ବି ହୋଇଯାଏ, ତ କିଛି କଥା ନାହିଁ। ମୁଁ ସେହି ସମୟର ରାଗ ବୁଝି ପାରୁଛି। କିନ୍ତୁ ସେମାନେ ନିଜ ଜୀବନକୁ ବିପଦରେ ପକାଇ ଆପଣଙ୍କ ପାଖକୁ ଖାଦ୍ୟ ନେଇ ଆସୁଛନ୍ତି। ଏହି କଥାର କିଛି ଫରକ ପଡ଼େ ନାହିଁ କି, ଆପଣ କେତେ ଭୋକିଲା ଅଛନ୍ତି। କିନ୍ତୁ ଏହା କାହା ଜୀବନ ମୂଲ୍ୟ ଉପରେ ଭାରୀ ହେବା ଉଚିତ୍‌ ନୁହେଁ’।

ତେବେ କିଛି ୟୁଜର ସାହିଲଙ୍କୁ କହିଥିଲେ ଯେ ‘ଆପଣ କ୍ଷମା ମାଗିବା ଦରକାର ନାହିଁ। କ୍ଷମା ସେହି କମ୍ପାନୀ ମାଗିବା ଦରକାର, ଯିଏ ଏତେ ଜଲ୍‌ଦି ଫୁଡ୍‌ ଡେଲିଭରି କରିବାକୁ କହିଥାଏ। ୧୦ ମିନିଟ୍‌ରେ ଫୁଡ୍‌ ଡେଲିଭରିକୁ ରୋକାଯିବା ଦରକାର’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.