କମ୍ ବଜେଟରେ ହୋଇଥିଲା ଏହି ଫିଲ୍ମ , ବକ୍ସ ଅଫିସରେ କରିଥିଲା ଧମାଲ୍
ପ୍ରାୟ ସମସ୍ତେ ଭାବନ୍ତି କମ୍ ବଜେଟରେ ହୋଇଥିବା ଫିଲ୍ମ ବକ୍ସ ଅଫିସରେ ଏତେ ଭଲ ଇନକମ୍ କରିପାରିବନାହିଁ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏମିତି କିଛି ଚଳଚ୍ଚିତ୍ର ରହିଛି ଯାହା ଖୁବ୍ କମ୍ ଟଙ୍କାରେ ହୋଇଥିଲା। ହେଲେ ବକ୍ସ ଅଫିସରେ ଭଲ ଧମାଲ୍ କରିଛି। ଆପଣ ଜାଣିଛନ୍ତି ବର୍ତ୍ତମାନ ଭାରତୀୟ ସିନେମାରେ ଏକ ପରିବର୍ତ୍ତନ ଆସୁଛି। ବର୍ତ୍ତମାନ ଦର୍ଶକମାନେ ନୂଆ ନୂଆ ଫିଲ୍ମର କାହାଣୀ, ନୂଆ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ପସନ୍ଦ କରୁଛନ୍ତି।
ପୂର୍ବରୁ ଏହିପରି କିଛି ଚଳଚ୍ଚିତ୍ର ମଧ୍ୟ ରିଲିଜ୍ ହୋଇଛି, ଯାହା ବକ୍ସ ଅଫିସରେ ଭଲ କଲେକ୍ସନ କରିଛି । ଯାହାକି କମ୍ ବଜେଟରେ ତିଆରି ହୋଇଥିଲା ଓ ତାହା ଏତେ ଭଲ ରିଭ୍ୟୁ ଦେବ ବୋଲି କେହି ଭାବି ନଥିଲେ, କିନ୍ତୁ ଏହି ଚଳଚ୍ଚିତ୍ରଗୁଡ଼ିକରେ ଅଭିନୟ କରିଥିବା ସବୁ କଳାକାରଙ୍କ ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଛି।
ଫୁକ୍ରେ:
ପ୍ରଥମେ ଏହି ଲିଷ୍ଟରେ ଆସୁଛି ଫୁକ୍ରେ। ଯେତେବେଳେ ଫୁକ୍ରେ ଫିଲ୍ମ ରିଲିଜ୍ ହେଲା, ଏହାର କାଷ୍ଟରେ ଥିବା କୌଣସି କଳାକାରଙ୍କୁ ଏତେ ମାତ୍ରାରେ କେହି ଜାଣିନଥିଲେ। ହେଲେ ଫିଲ୍ମ ଦେଖି ସାରିବା ପରେ ସମସ୍ତେ ଏହି ଫିଲ୍ମକୁ ପସନ୍ଦ କରିଥିଲେ। କାରଣ ଏହାର ଚରିତ୍ର ଓ ଷ୍ଟୋରୀ ମଧ୍ୟ ଭଲ ଥିଲା। ଏଭଳି ପରିସ୍ଥିତିରେ ଦର୍ଶକ ଫିଲ୍ମକୁ ଏତେ ପସନ୍ଦ କରିବେ ବୋଲି କେହି ଆଶା କରି ନଥିଲେ। କେବଳ ଏହାର ସିକ୍ୱେଲ ନୁହେଁ ବରଂ ଏହାର ପାର୍ଟ ୩ ମଧ୍ୟ ତିଆରି ହେବ ବୋଲି କୁହାଯାଇଛି। ଏହି ଚଳଚ୍ଚିତ୍ରଟି ପ୍ରାୟ ୭୦ କୋଟିର ବ୍ୟବସାୟ କରିଥିଲା।
ବଧାଇ ହୋ:
ଆୟୁଷ୍ମାନ ଖୁରାନା, ନୀନା ଗୁପ୍ତା ଏବଂ ଗଜରାଜ ରାଓ ଅଭିନୟ କରିଥିବା ଏହି ଫିଲ୍ମ ମଧ୍ୟ ପ୍ରାୟ ୨୦୦ ଇନକମ୍ କରିଥିଲା। ଚଳଚ୍ଚିତ୍ରର ବିଷୟବସ୍ତୁ ଏପରି ଥିଲା ଯେ ଲୋକମାନେ ପସନ୍ଦ କରିବେ ନାହିଁ ବୋଲି କୁହାଯାଉଥିଲା କିନ୍ତୁ ଏହା ରିଲିଜ୍ ହେବା ପରେ କିଛି ଅଲଗା ଘଟଣା ଘଟିଲା। ଏହି ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିଥିଲା। ଏହି ଚଳଚ୍ଚିତ୍ରକୁ ମଧ୍ୟ କମ୍ ଟଙ୍କାରେ ତିଆରି କରାଯାଇଥିଲା।
ନୀରଜା:
ଏୟାର ହୋଷ୍ଟେସ ନୀରଜା ଭାନୋତଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମରେ ସୋନମ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ଏଭଳି ପରିସ୍ଥିତିରେ ଲୋକମାନେ ଆଶା କରିଥିଲେ ଯେ ଏହି ଚଳଚ୍ଚିତ୍ରଟି କିଛି ବିଶେଷ କମାଲ କରି ପାରିବ ନାହିଁ। କିନ୍ତୁ ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକ ଏହାକୁ ବହୁତ ପସନ୍ଦ କରିଥିଲେ ଏବଂ ଏହି ଫିଲ୍ମ ପ୍ରାୟ ୧୩୫ କୋଟି ଟଙ୍କା କଲେକ୍ସନ କରିଥିଲା। ସୋନମ କପୁର ମଧ୍ୟ ତାଙ୍କ ଅଭିନୟ ପାଇଁ ଅନେକ ପ୍ରଶଂସା ପାଇଥିଲେ।
ଉରି:
ଉରି ‘ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ୨୦୨୯ ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମଧ୍ୟରେ ଏକ ଭଲ ଫିଲ୍ମ। ଭାରତୀୟ ସେନାର ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ଏହି ଫିଲ୍ମ କରାଯାଇଥିଲା। ଏହି ଫିଲ୍ମରେ ବିକି କୌଶଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ଖୁବ୍ କମ୍ ବଜେଟରେ ତିଆରି ହୋଇଥିଲା। କିନ୍ତୁ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ର କମାଲ କରିଥିଲା। ଦର୍ଶକ ଏହି ଫିଲ୍ମକୁ ଖୁବ୍ ପସନ୍ଦ କରିଥିଲେ। ଖାସ କରି ବିକିଙ୍କ ଡ଼ାଇଲଗ ‘ହାଓ ଦ ଜୋସ୍ , ହାଇ ସାର୍ ‘ ଟ୍ରେଣ୍ଡ ପାଲଟି ଯାଇଥିଲା। ୨୫ କୋଟିରେ ତିଆରି ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସ୍ କଲେକ୍ସନ କରିଥିଲା ପ୍ରାୟ ୩୫୦ କୋଟି।
ଦ କଶ୍ମୀର ଫାଇଲସ୍:
ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଚଳଚ୍ଚିତ୍ର କଶ୍ମୀର ଫାଇଲ ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। ଏମିତିକି ଏହି ଫିଲ୍ମର ଅନେକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାର ରିଲିଜ୍ ପୂର୍ବରୁ, ଦର୍ଶକମାନେ ଏହି ଚଳଚ୍ଚିତ୍ରକୁ ଏତେ ପସନ୍ଦ କରିବେ ବୋଲି କେହି ଭାବି ନଥିଲେ। ଏହି ଛୋଟ ବଜେଟ୍ ଚଳଚ୍ଚିତ୍ର ପ୍ରାୟ ୨୫୦ କୋଟିରୁ ଅଧିକ ଟଙ୍କା ଇନକମ୍ କରିଛି।
ହିନ୍ଦୀ ମିଡିୟମ୍:
୨୦୧୬ ରେ ମୁକ୍ତିଲାଭ କରିଥିବା ହିନ୍ଦୀ ମିଡିୟମ୍ ଚଳଚ୍ଚିତ୍ର ଦର୍ଶକଙ୍କୁ ଭଲ ଲାଗିଥିଲା।ଦୀପକ ଡୋବ୍ରିଆଲ ଏବଂ ଇରଫାନ ଖାନଙ୍କ ଫିଲ୍ମ ବକ୍ସ ଅଫିସରେ ଭଲ ସଂଗ୍ରହ କରକରିଥିଲା। କେବଳ ୧୪ କୋଟି ବଜେଟ୍ ବିଶିଷ୍ଟ ଏହି ଚଳଚ୍ଚିତ୍ର ୩୦୦ କୋଟିରୁ ଅଧିକ କଲେକ୍ସନ କରିଥିଲା ବକ୍ସ ଅଫିସ।
ବାହୁବଲୀ:
ବାହୁବଲୀ ଭାରତୀୟ ସିନେମା ପାଇଁ ଏକ ନୂଆ ପରିଚୟ ଆଣିଥିଲା। ଯାହାକି ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ବଡ଼ ଉପହାର ଥିଲା ବୋଲି କୁହାଯାଇପାରେ। ଏହା ଦକ୍ଷିଣ ଭାରତୀୟ ଫିଲ୍ମ ମଧ୍ୟରୁ ଏମିତି ଏକ ଫିଲ୍ମ ଯାହାକୁ ବିଦେଶରେ ମଧ୍ୟ ଲୋକ ଅଧିକ ପସନ୍ଦ କରିଥିଲେ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ବାଣିଜ୍ୟ ବିଶ୍ଳେଷକ କହିଥିଲେ ଯେ ଫିଲ୍ମଟି ବିଶେଷ କିଛି କରିପାରିବ ନାହିଁ। କିନ୍ତୁ ୪୦୦ କୋଟି ବଜେଟ୍ ବିଶିଷ୍ଟ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୨୦୦୦ କୋଟିରୁ ଅଧିକ ରୋଜଗାର କରକରିଥିଲା। ଯାହାକି ଭାରତୀୟ ଚଳଚ୍ଚିତ୍ର ଇତିହାସରେ ରେକର୍ଡ ସୃଷ୍ଟି କରିଥିଲା।