୪୯ ଦିନରେ ରୁଷ-ୟୁକ୍ରେନ୍‌ ମହାଯୁଦ୍ଧ; ମାରିୟୁପୁଲରେ ରାସାୟନିକ ଆକ୍ରମଣ ଅଭିଯୋଗ, ବିଷାକ୍ତ ପଦାର୍ଥ ବ୍ୟବହାର କରୁଛି ପୁଟିନ ସେନା

ନୂଆଦିଲ୍ଲୀ : ୟୁକ୍ରେନର ଅଭିଯୋଗ, ମାରିୟୁପୋଲରେ ପୁଟିନ ସେନା ରାସାୟନିକ ଅସ୍ତ୍ର ପ୍ରୟୋଗ କରିଛି। ପୂର୍ବରୁ ଆମେରିକା ଓ ବ୍ରିଟେନ ଏହିଭଳି ଆଶଙ୍କା ପ୍ରକାଶ କରି ଆସୁଥିଲେ । ଆଉ ୟୁକ୍ରେନର ଏଭଳି ଅଭିଯୋଗ ପରେ ତାକୁ ଗୁରୁତ୍ୱର ସହ ନେଇଛି ଆମେରିକା । କିନ୍ତୁ ସତରେ ଯଦି ରୁଷ ରାସାୟନିକ ଅସ୍ତ୍ର ପ୍ରୟୋଗ କରିଥାଏ, ତେବେ କେତେ ମାରାତ୍ମକ ହୋଇପାରେ ଏହି ପ୍ରସଙ୍ଗ । କାରଣ ଜେନେଭା ଚୁକ୍ତିକୁ ଏହା ସମ୍ପୂର୍ଣ୍ଣ ବିରୋଧ କରୁଛି, ଯେଉଁଥିରେ ନିଜେ ରୁଷ ପୂର୍ବରୁ ସ୍ୱାକ୍ଷର କରିଥିଲା ।

ତେଣୁ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ରୁଷ ଏହାକୁ ଉଲ୍ଲଂଘନ କରିଥାଏ, ତାହେଲେ ତା ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନର ସମ୍ଭାବନା ଅଛି କି? ଜାତିସଂଘ ଏଥିରେ କିଭଳି ହସ୍ତକ୍ଷେପ କରିପାରିବା ନେଇ ବ୍ୟବସ୍ଥା ରହିଛି? ଏବେ ରୁଷ ସେନା ୟୁକ୍ରେନର ପୂର୍ବାଞ୍ଚଳ ଉପରେ ଜୋରଜାର ହମଲା ପାଇଁ ପ୍ରସ୍ତୁତ ଚଳାଇଛି । ଏଭଳି ସ୍ଥିତିରେ ରୁଷ ୟୁକ୍ରେନ୍‌ ଉପରେ ରାସାୟନିକ ଅସ୍ତ୍ର ପ୍ରୟୋଗ କରିଥିବା ରିପୋର୍ଟରୁ ମିଳିଥିବା କୁହାଯାଉଛି।

ଏହି ବିଷାକ୍ତ ପଦାର୍ଥ ସଂଶ୍ପର୍ଷରେ ଆସିଲେ ଶ୍ୱାସକ୍ରିୟାରେ କଷ୍ଟ ହେଉଛି । ଆକ୍ରମଣର ଆରମ୍ଭ ଦିନରୁ ମାରିୟୁପୁଲ ଉପରେ ବାରମ୍ବାର ଟାର୍ଗେଟ କରୁଛି ରୁଷ । ସହରର ୯୦ ପ୍ରତିଶତ ଭିତ୍ତିଭୂମି ଧ୍ୱସଂ କରିବା ପରେ ଏବେ ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଉଛି ପୁଟିନ ସେନା । ରାସାୟନିକ ଅସ୍ତ୍ର ପ୍ରୟୋଗ ପରେ ସହରରେ ଅନେକ ମୃତାହତ ହୋଇଥିବା ଅନୁମାନ କରଯାଉଛି । ଏଥିପାଇଁ ୟୁକ୍ରେନର ଅଧିକାରୀ ମାନେ ତଦନ୍ତ ଜାରି ରଖିଥିବା ବେଳେ ଆମେରିକା ଓ ଅଷ୍ଟ୍ରେଲିଆ ଏଥିରେ ସହଯୋଗ କରିବେ ବୋଲି କହିଛନ୍ତି । ସୋମବାର ରାତିରେ ୟୁକ୍ରେନର ସାମରିକ ୟୁନିଟ ‘ଆଜୋଭ ବାଟାଲିୟନ’ ଓ ରୁଷ ସେନା ମଧ୍ୟରେ ଜୋରଦାର ମୁହାଁମୁହିଁ ହୋଇଥିଲା । ଜବାବୀ ହମଲାରେ ରୁଷ ସେନା ଏକ ବିଷାକ୍ତ ଅଜଣା ଅସ୍ତ୍ର ପ୍ରୟୋଗ କରିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.