ଏକ୍ଜିମା ସମସ୍ୟାକୁ ଦୂର କରିବ ନିମ୍ବ ପତ୍ର

ନିମ୍ବ ଗଛ ଏକ ଔଷଧିକ ଗଛ । ଯାହା ଶରୀର ପାଇଁ ଅତି ଲାଭଦାୟକ। ନିମ୍ବ ପିତା ସତ କିନ୍ତୁ ଏହା ଶରୀର ପାଇଁ ବହୁତ ହିତକର । ଏହାକୁ ନିତିଦିନ ଖାଦ୍ୟରେ ସାମିଲ କଲେ ବିଭିନ୍ନ ମାରାତ୍ମକ ରୋଗରୁ ମୁକ୍ତି ମିଳିଥାଏ ।

ଏକଜିମା ଏକ ଇଫ୍ଲୋମେଟ୍ରୀ ତ୍ବଚା ଜନିତ ସଂକ୍ରମଣ, ଯାହାଦ୍ବାରା ତ୍ବଚା ଅତ୍ୟଧିକ କୁଣ୍ଡେଇ ହୋଇଥାଏ। ଏକଜିମା ହେବା କାରଣରୁ ତ୍ବଚା ଫାଟିବା ସହିତ ଦାଗ ମଧ୍ୟ ହୋଇଯାଇଥାଏ। ଏହା ବିଭିନ୍ନ ପ୍ରକାରର ହୋଇପାରେ। ଏହାକୁ ଭଲ କରିବାର ଉପଚାର ବହୁତ ସମୟ ଧରି ଚାଲିଥାଏ। ଏକଜିମା ଜନିତ ସମସ୍ୟା ତୁରନ୍ତ ଠିକ କରିବା ଉଚିତ ନଚେତ ଆପଣଙ୍କ ତ୍ବଚାରେ ବହୁତ ଖରାପ ପ୍ରଭାବ ପଡ଼ିପାରେ।ପ୍ରାକୃତିକ ଉପାୟରେ ନିମ୍ବ ପତ୍ର ଏକଜିମା ଉପଚାରରେ ବହୁତ ଲାଭଦାୟକ ହୋଇଥାଏ।

ଏକଜିମାର ଉପଚାର କରିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ତ୍ବଚାକୁ କେବେବି ଶୁଖିଲା ହେବାକୁ ଦେବେ ନାହିଁ। ପ୍ରାକୃତିକ ରୂପେ ନିମ୍ବ ପତ୍ର ତ୍ବଚାକୁ ପୋଷଣ ଦେଇଥାଏ, ଏହି କାରଣରୁ ତ୍ବଚା ରୋଗ ବିଶେଷଜ୍ଞ ମଧ୍ୟ ଏକ୍ଜିମା ହେବା ସମୟରେ ନିମ୍ବ ତେଲ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାନ୍ତି। ଏକଜିମା ଜନିତ ସମସ୍ୟା ଭଲ ହେବା ପରେ ମଧ୍ୟ ନିମ୍ବ ତେଲ ବ୍ୟବହାର କରାଯାଇପାରିବ।

ନିମ୍ବରେ ପ୍ରାକୃତିକ ରୂପେ ଆଣ୍ଟି-ଇଫ୍ଲୋମେଟ୍ରି ଗୁଣ ରହିଥାଏ, ଯାହା ତ୍ବଚାର ନାଲିପଣ ଦୂର କରିଥାଏ ଏବଂ ଏହା ବ୍ୟବହାର କରିବା ଦ୍ବାରା ତ୍ବଚା ଫାଟିବା ମଧ୍ୟ କମ ହୋଇଥାଏ। ନିମ୍ବପତ୍ରରେ ଥିବା ଆଣ୍ଟି-ମାଇକ୍ରୋବ୍ୟାକ୍ଟେରିଆଲ ଏହାକୁ ସଂକ୍ରମଣ ହେବାରେ ରୋକିଥାଏ।

Leave A Reply

Your email address will not be published.