ଆଖି ଉପରେ ଖରାପ ପ୍ରଭାବ ପକାଇଥାଏ ଏହି ସବୁ ଖାଦ୍ୟ, ଏପରି ଖାଦ୍ୟ ଠାରୁ ଦୂରେଇ ରହିବା ନିହାତି ଜରୁରୀ

ଆଖିକୁ ସୁସ୍ଥ ରଖିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। କାରଣ ସୁସ୍ଥ ଓ ସୁନ୍ଦର ଆଖି ଭଗବାନଙ୍କ ଏକ ଉପହାର ଭାବରେ ବିବେଚନା କରାଯାଏ। ଯେହେତୁ ଏହା ଶରୀରର ଅନ୍ୟତମ ସୂକ୍ଷ୍ମ ଅଙ୍ଗ, ତେଣୁ ଏହାର ଭଲ ଭାବେ ଯତ୍ନ ନେବା ଦରକାର। ଆଖିକୁ ସୂର୍ଯ୍ୟ କିରଣ ଏବଂ ପ୍ରଦୂଷଣରୁ ରକ୍ଷା କରିବା ସହିତ ଆଭ୍ୟନ୍ତରୀଣ ଶକ୍ତି ଯୋଗାଇବା ଏହାର ଯତ୍ନ ନେବା ଦରକାର। ଆମେ ଯାହା ବି ଖାଇଥାଉ, ଏହାର ପ୍ରଭାବ ଆମ ଆଖି ଉପରେ ପଡ଼ିଥାଏ।
ପ୍ରତିଦିନ ଆମେ ଜାଣିଶୁଣି କିମ୍ବା ଅଜାଣତରେ ଏହିପରି ଅନେକ ଜିନିଷ ଖାଇଥାଉ ଯାହା ଆଖି ପାଇଁ ଅତ୍ୟନ୍ତ କ୍ଷତିକାରକ । ଏମିତିକି ଆମର ଦୃଷ୍ଟି ଶକ୍ତି ଉପରେ ପ୍ରଭାବ ପକାଇଥାଏ। ଏହା ଅନୁସନ୍ଧାନରୁ ଜଣାପଡିଛି ଯେ ଶରୀରର ଅନ୍ୟ ଅଙ୍ଗ ପରି ଆଖି ମଧ୍ୟ ସଠିକ୍ ପୁଷ୍ଟିକର ଖାଦ୍ୟ ଆବଶ୍ୟକ କରେ। ଆଖିକୁ ସୁସ୍ଥ ରଖିବା ପାଇଁ ଓମେଗା -3 ଫ୍ୟାଟି ଏସିଡ୍ ସହିତ ଭିଟାମିନ୍ ଏ, ଇ, ସି ଖାଦ୍ୟରେ ଅନ୍ତର୍ଭୂକ୍ତ କରାଯିବା ଆବଶ୍ୟକ।

ହେଲେ ଏମିତି କିଛି ଖାଦ୍ୟ ଅଛି ଯାହା ଆଖିକୁ ଖରାପ କରିଥାଏ। ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ ଓ ଏହି ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା। ଖାସ ଜଙ୍କ୍ ଫୁଡ୍ ଆଖି ପାଇଁ ଖୁବ୍ କ୍ଷତିକାରକ । ଜଙ୍କ୍ ଫୁଡ୍ କେବଳ ଶରୀରର ଓଜନ ବଢ଼ାଇଥାଏ ତାହା ନାହିଁ, ବରଂ ସେଗୁଡିକର ଅତ୍ୟଧିକ ଖାଇବା ଦ୍ଵାରା ମଧ୍ୟ ଆପଣଙ୍କ ଆଖି ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ। ଚିପ୍ସ, କୁକିଜ ଏବଂ ଅନ୍ୟ ସବୁ ଲୁଣିଆ ସ୍ନାକ୍ସ ଖାଦ୍ୟର ଅତ୍ୟଧିକ ବ୍ୟବହାର ଶରୀରକୁ ଅନେକ ଉପାୟରେ କ୍ଷତି ପହଞ୍ଚାଏ। ଏହି ଜିନିଷଗୁଡ଼ିକରେ ଥିବା ଅସ୍ୱାସ୍ଥ୍ୟକର ଚର୍ବି ବ୍ୟତୀତ, ଅଧିକ ଲୁଣ ଏବଂ ଚିନି ଶରୀରର ଅଙ୍ଗ ଏବଂ ରକ୍ତ ସଞ୍ଚାଳନ ପ୍ରଣାଳୀକୁ ପ୍ରଭାବିତ କରିଥାଏ, ଯାହାଦ୍ୱାରା ଆଖିରେ ରକ୍ତ ଏବଂ ଅମ୍ଳଜାନ ପ୍ରବାହରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ଭଲ ଓ ସୁସ୍ଥ ଆଖି ପାଇଁ ଜଙ୍କ୍ ଫୁଡ୍ ଠାରୁ ଦୂରେଇ ରହିବା ଉଚିତ୍ ।

ଏହା ଛଡ଼ା ଅଧିକ ମିଠା ଓ ସୋଡା, କୋଲ୍ଡ ଡ୍ରିଙ୍କ ମଧ୍ୟ ଆଖି ପାଇଁ କ୍ଷତିକାରକ। ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ମଧ୍ୟ ଆଖି ଉପରେ ଖରାପ ପ୍ରଭାବ ପଡିଥାଏ। ମଇଦା ପକୋଡା, ସିଙ୍ଗଡ଼ା ଇତ୍ୟାଦି ତେଲରେ ଛଣା ଜିନିଷ ଅନେକ ଲୋକ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହା କେବଳ ପେଟ ନୁହେଁ ଆଖି ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଏହି ସବୁ ଖାଦ୍ୟକୁ କମ୍ କରିବା ଦରକାର୍। କାରଣ ଏଥିରେ ପଲିନସୁଚୁରେଟେଡ୍ ଫ୍ୟାଟ୍ ଅଧିକ ଥାଏ ଯାହା ରକ୍ତଚାପକୁ ବଢ଼ାଇଥାଏ। ଆଖିରେ କ୍ଷତି ହେବାର ଆଶଙ୍କା ମଧ୍ୟ ବଢ଼ିଥାଏ। ତେଣୁ ଆପଣ ଏହି ସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ଓ ସବୁଜ ପନିପରିବା ସହିତ ଶାଗ ଅଧିକ ପରିମାଣରେ ଖାଆନ୍ତୁ। ଏହା ଆପଣଙ୍କ ଆଖି ପାଇଁ ଖୁବ୍ ଭଲ।

Leave A Reply

Your email address will not be published.