ଆଜିକାଲି ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। କେଉଁଠି ହଣାହଣି ତ ଆଉ କେଉଁଠି ଦୁଷ୍କର୍ମ। ସତେ ଯେପରି ପୋଲିସ ହାତବାନ୍ଧି ବସିଛି। ଆଉ ଅପରାଧୀ ଅପରାଧ କରି ଖୁଲମଖୁଲା ବୁଲୁଛନ୍ତି। ପ୍ରତିଦିନ ଟିଭି ହେଉ ଅବା ଖବରକାଗଜ ଦୁଷ୍କର୍ମ ଖବର ନିଶ୍ଚିତ ଶୁଣିବାକୁ ମିଳୁଛି। ଆଉ ଏପରି ଅପରାଧ କରିବାକୁ ଛୋଟ ପିଲା ମଧ୍ୟ ପଛାଉନାହାନ୍ତି। ଏମିତି ଏକ ଘଟଣା ମହାରାଷ୍ଟ୍ରର ଉଲ୍ଲାସନଗର ଅଞ୍ଚଳରେ ଦେଖିବାକୁ ମିଳିଛି। ଯେଉଁଠି ୯ ବର୍ଷର ପିଲା ପଡୋଶୀ ଘରର ୪ ବର୍ଷର କୁନି ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ମହାରାଷ୍ଟ୍ରର ଥାନେ ଅଞ୍ଚଳର ଉଲ୍ଲାସନଗରରେ ଏହି ମାମଲା ଦେଖିବାକୁ ମିଳିଛି। ପୋଲିସ ଅଧିକାରୀଙ୍କ ମୁତାବକ, ପୀଡିତା ଶିଶୁର ମା’ଙ୍କ କହିବା ମୁତାବକ, ଏପ୍ରିଲ ୩ ତାରିଖରେ ୯ ବର୍ଷର ବାଳକ ଖେଳିବା ବାହାନରେ କୁନି ଝିଅକୁ ନିରୋଳା ସ୍ଥାନକୁ ଯୌନ ଶୋଷଣ କରିଥିଲା।
କୁନି ଝିଅର ପ୍ରାଇଭେଟ ପାର୍ଟରେ ଯନ୍ତ୍ରଣା ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ନେଇ ବିଠଲବାଡି ପୋଲିସ ଷ୍ଟେସନରେ ଆଇପିସି ଧାରା ୩୭୬ ଏବଂ ଯୌନ ଅପରାଧ ପୋସ୍କୋ ଅଧିନିୟମ ଅନୁସାରେ ମାମଲା ଦାୟର ହୋଇଛି। ଏପର୍ଯ୍ୟନ୍ତ ବାଳକକୁ ପୋଲିସ ଗିରଫ କରିନାହିଁ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ହଂସଖଲୀ ଅଞ୍ଚଳରେ ଏକ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ସହିତ ମାରିବା ସ୍ଥାନୀୟଅଞ୍ଚଳରେ ଚର୍ଚ୍ଚାରେ ରହିଛି। ୧୫ ବର୍ଷୀୟ ନାବାଳିକାକୁ ପ୍ରଥମେ ଦୁଷ୍କର୍ମ କରିବା ପାଖରେ ଥିବା ସଂପର୍କୀୟଙ୍କ ଘରେ ଟାଙ୍ଗିଦେଇଥିଲେ ଦୁର୍ବୃତ୍ତ। ଏହି ଘଟଣାର ତଦନ୍ତ କରୁଛି ପୋଲିସ।