ବ୍ୟାଟେରୀର ବୟସ ୨୮ବର୍ଷ, ଖାଲି ଇଲେକ୍ଟ୍ରୋନିକ ଡିଭାଇସ କଣ ବିଜୁଳି ମଧ୍ୟ ପାଇବେ

ବର୍ତ୍ତମାନର ଯୁଗକୁ ସ୍ମାର୍ଟ ଯୁଗ କୁହାଯାଉଛି । ଆଉ ଏହି ସ୍ମାର୍ଟ ଯୁଗରେ ସ୍ମାର୍ଟନେସ ମସିନକୁ ନେଇ । ଏବେର ସମୟରେ ମଣିଷ ଯେମିତି ଇଲେକ୍ଟ୍ରୋନିକ ମସିନ ଉପରେ ପୁରା ନିର୍ଭରଶୀଳ । ସେ ସ୍ମାର୍ଟଫୋନ ହେଉ କି ଗାଡି, ସ୍ମାର୍ଟୱାଚ ସହ ଅନ୍ୟାନ୍ୟ ଡିଭାଇସ ଏବେ ସବୁକିଛି ବ୍ୟାଟେରୀରେ ଚାଲୁଛି । ଏହି ଡିଭାଇସର କାର୍ଯ୍ୟକୁ ନେଇ ଏବେ କିଛି ବ୍ୟାଟେରୀ ଗୁଡିକର ଡିମାଣ୍ଡ ମଧ୍ୟ ବଢିଯାଇଛି । କିନ୍ତୁ ଏହାରି ଭିତରେ ଏକ ଏଭଳି ଟେକ୍ନୋଲୋଜି ଉପରେ କାମ ଚାଲୁଛି ଯେଉଁଥିରେ ବ୍ୟାଟେରୀ ୨ରୁ ୪ବର୍ଷ ଯାଏଁ ନୁହେଁ ବରଂ ୨୮ହଜାର ବର୍ଷଯାଏ କାମ କରିବ । ଜାଣିବା କଣ ଏହି ଟେକ୍ନୋଲୋଜି । ଓ ଏହା କିପରି କାମ କରିବ ।

ବ୍ୟାଟେରୀ ଥରେ ସରିଗଲେ ପୁଣିଥରେ ତାକୁ ଚାର୍ଜ କରିବାକୁ ପଡିଥାଏ । କିନ୍ତୁ ଏବେ ଆପଣଙ୍କୁ ଆଉ ବାରମ୍ବାର ଚାର୍ଜ କରିବାକୁ ପଡିବନି । ଏହି ଝାମେଲାରୁ ଏବେ ଆପଣଙ୍କୁ ଛୁଟକାରା ମିଳିପାରିବ । କାଲିଫର୍ଣ୍ଣିଆରେ ଏକ କମ୍ପାନୀ ଏଭଳି ଏକ ବ୍ୟାଟେରୀ ବନାଇଛି ଯାହାକୁ ଥରେ ଫୁଲ ଚାର୍ଜ କରିବା ପରେ ୨୮ହଜାର ବର୍ଷ ଯାଏଁ ଚାର୍ଜ କରିବାକୁ ପଡିବ ନାହିଁ । ଅର୍ଥାତ ଯଦି ଏହି ବ୍ୟାଟେରୀ ଫୋନ ଅଥବା ଘଡିରେ ଲାଗିଯାଉଛି ତେବେ ତାହା ୨୮ହଜାର ବର୍ଷ ଯାଏଁ ଡିସଚାର୍ଜ ହେବ ନାହିଁ ।

ଏହି ବ୍ୟାଟେରୀକୁ ଏନଡିବି କମ୍ପାନୀ ତିଆରି କରିଛି । ଏହାକୁ ଖାସ ତରିକାରେ ବନାଯାଇଛି । ଏହି ବ୍ୟାଟେରୀକୁ ଏକ ଆର୍ଟିଫିସିଆଲ ଡାଇମଣ୍ଡର ଏକ ଛୋଟ ବକ୍ସରେ କାର୍ବନ ୧୪ନ୍ୟୁକ୍ଲିଅର ବେଷ୍ଟରେ ରଖି ବନାଯାଇଛି । ଏହାକୁ ସେଲ୍ପ ଚାର୍ଜିଂ ବ୍ୟାଟେରୀ କୁହାଯାଉଛି । ଏହାକୁ ତିଆରି କରିଥିବା କମ୍ପାନୀର କହିବା କଥା କି ଏଥିରେ ଅନେକ ପ୍ରକାରର ଇକ୍ୟୁପମେଣ୍ଟସ ଚଲାଯାପାରିବ । ଏହି ବ୍ୟାଟେରୀରେ ଫୋନ, ଘଡି ଲାପଟପ କ୍ୟାମେରା ମନିଟର୍ସ ଛଡା ଅନେକ ପ୍ରକରାର ଇଲେକ୍ଟ୍ରିକ ୁପକରଣ ଚଲାଯାଇପାରିବ ।

କମ୍ପାନୀର ଦାବି କି ଏହି ବ୍ୟାଟେରୀ ପୁରା ସୁରକ୍ଷିତ । ଏହାର ଉପରେ ରେଡିଓ ଆକ୍ଟିଭ ହିରାର ଏକ ଲେପନ ଲଗାଯାଇଛି । ଯାହା ଫଳରେ ଏହା ଲିକ ହେବ ନାହିଁ । ବ୍ୟାଟେରୀ ଭିତରେ ହିଁ ବିଜୁଳି ଷ୍ଟୋର ହେଇ ରହିବ । ଏହା ଏଥିରେ ଲାଗିଥିବା ହୀରା ଓ କାର୍ବନର ରିଆକ୍ସନରୁ ହେବ ।

କମ୍ପାନୀର ଆଗାମୀ ଟାର୍ଗେଟ ଏହାର ବୟସ ଅଧିକ ବଢାଇବା । ଅର୍ଥାତ ବ୍ୟାଟେରୀ କାପାସିଟିକୁ ବଢାଇବା । ଏହି ୨୮୦୦୦ରୁ ବି ବେଶୀ ଚାଲୁହେବା ବ୍ୟାଟେରୀକୁ ନେଇ ଲୋକଙ୍କର ଲାଭ କିଭଳି ହେବ ସେନେଇ କମ୍ପାନୀ ଚେଷ୍ଠା କରୁଛି । ଯଦି ଏହି ବ୍ୟାଟେରୀକୁ କମ୍ପ୍ୟୁଟର ଚିପ୍ସରେ ଲଗାଇଦିଆୟାଏ ତେବେ ଏଥିରେ କାଫି ପାଇଦା ହେବ ।

କମ୍ପାନୀ ଏଥିରେ ବି ଦାବି କରିଛି କି ଏହି ବ୍ୟାଟେରୀ ଦ୍ୱାରା ଲୋକଙ୍କୁ ବିଜୁଳି ବି ମିଲିପାରିବ । ଏହି ବ୍ୟାଟେରୀ ଦ୍ୱାରା ଲେକେ ନିଜର ଘରେ ବିଜୁଳି କନେକ୍ସନ ମଦ୍ୟ କରିପାରିବେ ।
କମ୍ପାନୀ ନା କେବଳ ଘରୋଇ କ୍ଷେତ୍ରରେ ବରଂ ମେଡିକାଲ ମାନଙ୍କରେ ବି ଏହି ବ୍ୟାଟେରୀର ବ୍ୟବହାରକୁ ନେଇ ଜରୁରୀ କହିଛି । କମ୍ପାନୀର କହିବା କଥା କି ପେସମେକର ଓ ଟ୍ରାନ୍ସପ୍ଲାଣ୍ଟ ବ୍ୟାଟେରୀ ଦ୍ୱାରା ହିଁ ଚାଲୁଛି । କିନ୍ତୁ ଏହାକୁ ବାରମ୍ବାର ବଦଳାଇବାକୁ ପଡେ । କିନ୍ତୁ ଏହି ବ୍ୟାଟେରୀ ଲଗାଇବା ଦ୍ୱାରା ଏସବୁ କରିବା ଆବଶ୍ୟକ ପଡିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.