ଭୁବନେଶ୍ୱରରୁ କୋକେନ୍‌ ଜବତ ଘଟଣା: ମାଷ୍ଟରମାଇଣ୍ଡକୁ ଧରିବାକୁ ଦିଲ୍ଲୀରେ ଏନସିବି ଟିମ୍‌

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରୁ ପ୍ରଥମ ଥର କୋକେନ୍‌ ଜବତ ଘଟଣାରେ ଏସଟିଏଫ ଓ ଏନସିବି ମିଳିତ ତଦନ୍ତ ଚଳାଇଛନ୍ତି । ଦିଲ୍ଲୀରେ ରହିଛି କୋକେନ ନେଟୱାର୍କର ମୁଖିଆ ଓ ମାଷ୍ଟରମାଇଣ୍ଡ । ତାକୁ ଧରିବା ପାଇଁ ଦିଲ୍ଲୀ ପୋଲିସ ଓ ଏନସିବି ଟିମ୍‌ ଉଦ୍ୟମ ଚଳାଇଛନ୍ତି । ଭୁବନେଶ୍ୱରରୁ ୨୦୨ ଗ୍ରାମ କୋକେନ ଜବତ ସହ ଅଭିଯୁକ୍ତ ରବି ସିଂ ଓ ସନ୍ନି କୁମାରଙ୍କୁ ଗିରଫ କରିଥିଲା ଏସଟିଏଫ ।

ଜବତ କୋକେନର ଦାମ ୨ କୋଟିରୁ ଅଧିକ ହେବ । ଏହାସହ ଦକ୍ଷିଣ ଆଫ୍ରିକା କରେନ୍‌ସୀ ଜବତ ହୋଇଛି । ଅଭିଯୁକ୍ତଙ୍କର ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ସମେତ ଦେଶ ବାହାରେ କୋକେନ ଲିଙ୍କ ନେଇ ବି ସୁରାକ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.