ଖରାଦିନେ ପାଓ୍ଵାର କଟ୍‌ରେ ଏମିତି ହନ୍ତସନ୍ତ ହେଉଛନ୍ତି ଲୋକ, ଭାଇରାଲ ହେଉଛି ମଜାଦାର ମିମ୍ସ; ନଜର ପକାନ୍ତୁ

ଖରାଦିନ ଆସିଲେ ସବୁଠୁ ବଡ଼ ମୁଣ୍ଡ ବିନ୍ଧା ସାଜିଥାଏ ଇଲେକ୍ଟ୍ରି ପାଓ୍ଵାର କଟ୍‌। ଗ୍ରୀଷ୍ମ ଋତୁରେ ଲାଇନ୍‌ କଟିବା ଏକ ବଡ଼ ସମସ୍ୟା। ଛୋଟ ହେଉ କି ବଡ଼ ସହର ସବୁଠାରେ ଏହି ଋତୁରେ ଲାଇନ୍‌ କଟିଥାଏ, ଯାହା ଗରମର ଟେନ୍‌ସନ୍‌କୁ ଦ୍ୱିଗୁଣିତ କରିଦିଏ। ଏବେ ଖରାଦିନ ଆରମ୍ଭ ହେଉ ହେଉ ଓଡ଼ିଶାରେ ବି ପାଓ୍ଵାର କଟ୍‌ ଆରମ୍ଭ ହୋଇଗଲାଣି। ତେବେ ଖରାଦିନେ ଲୋକମାନେ କି କି ସମସ୍ୟା ଭୋଗୁଛନ୍ତି, ତାହାର ମିମ୍‌ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ମିମ୍‌ସରେ ଲୋକମାନେ ଗରମ ଦିନେ କିଭଳି ଛଟପଟ ହୋଇଥାନ୍ତି, ତାହା ଦେଖିବାକୁ ମିଳିଛି। ୟୁଜର୍ସ ଏହି ମିମ୍‌ସ ସେୟାର କରି ବିଦ୍ୟୁତ ବିଭାଗ ଉପରେ ରାଗକୁ ସୁଝାଉଛନ୍ତି। ଟ୍ଵିଟରରେ ଏବେ ହ୍ୟାସ୍‌ଟ୍ୟାଗ୍‌ PowerCut, #PowerCrisis ଓ #CoalShortage ଟ୍ରେଣ୍ଡ୍‌ କରୁଛି।

ନଜର ପକାନ୍ତୁ କେତେକ ମିମ୍ସ ଉପରେ:

ଆଇଏଏସ୍‌ ଅଧିକାରୀ ଅବନୀଶ ଶରଣ ମଧ୍ୟ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଜଣେ ବ୍ୟକ୍ତି ହାତରେ ଟେବୁଲ ଫ୍ୟାନ୍‌ର ଡେଣାକୁ ବୁଲାଇବାକୁ ଚେଷ୍ଟା କରୁଛନ୍ତି। ଫ୍ୟାନ୍‌ ଯେତେବେଳେ ଅଟକି ଯାଉଛି, ସେ ପୁଣିଥରେ ଉଠି ବୁଲାଉଛନ୍ତି ଓ ଶୋଇ ଯାଉଛନ୍ତି।

ଦେଖନ୍ତୁ ଭିଡିଓ:

ଜଣେ ୟୁଜର କହିଛନ୍ତି- ଏ ଗରମ ତ ମାରି ପକାଇବ।

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି- ଏହି ଭୀଷଣ ଗରମରେ ବିନା ବିଜୁଳିରେ ବଞ୍ଚିବା ଅସମ୍ଭବ।

ସେହିପରି ଆଉ ଜଣେ ୟୁଜର ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଜଣେ ବ୍ୟକ୍ତି ଛାତରେ ଟଙ୍ଗା ହୋଇଥିବା ଫ୍ୟାନ୍‌କୁ ହାତରେ ବୁଲାଇ ଦେଇ ପୁଣି ଶୋଇ ପଡ଼ୁଛନ୍ତି। ଫ୍ୟାନ୍‌ ବନ୍ଦ ହୋଇଗଲେ ସେ ପୁଣିଥରେ ଉଠି ବୁଲାଉ ଥିବା ଦେଖାଯାଇଛି।

ନଜର ପକାନ୍ତୁ ଆଉ କେତେକ ଭିଡିଓ ଉପରେ:

Also Read: AIIMSରେ ଖାଲି ପଡ଼ିଛି ୪୦୦ରୁ ଊର୍ଦ୍ଧ୍ୱ ପଦବୀ, ତୁରନ୍ତ କରନ୍ତୁ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.