ଭୁବନେଶ୍ବର(କେନ୍ୟୁଜ୍): ନୟାପଲ୍ଲୀ ଅଞ୍ଚଳରେ ଲୁଟେରାଙ୍କ ଆତଙ୍କରାଜ୍। ସିଆରପି ଛକରେ ଯୁବକଙ୍କୁ ଆକ୍ରମଣ କରି ଲୁଟିଲେ ମୋବାଇଲ ଓ ଟଙ୍କା। ଯୁବକ ଜଣଙ୍କର ନାଁ ହେଲା ଦୀପକ ଘର ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଞ୍ଚଳରେ ବୋଲି ଜଣା ପଡିଛି। ଯୁବକ ଜଣକ ଭୁବନେଶ୍ବରରେ ରହୁଥିବା ନିଜ ଭାଇଙ୍କ ପାଖକୁ ଗଞ୍ଜାମରୁ ରାତ୍ରୀ ବସରେ ଆସି ସିଆରପି ଛକରେ ଓହ୍ଲାଇଥିଲେ।
ଏହି ସମୟରେ ବ୍ଲାକ ପଲସରରେ ଦୁଇ ଜଣ ଯୁବକ ଆସି ତାଙ୍କୁ ଛୁରା ମାଡ଼ କରିବା ସହ ତାଠାରୁ ମୋବାଇଲ ଓ ୫୦୦ ଟଙ୍କା ଲୁଟି ଫେରାର ହୋଇ ଯାଇଥିଲେ। ଘଟଣା ସ୍ଥଳରୁ ଯୁବକ ଟିକୁ ଅଚେତ ଅବସ୍ଥାରେ ସ୍ଥାନୀୟ ଲୋକେ ଓ ପିସିଆର ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇ ଚିକିତ୍ସା କରାଇଛନ୍ତି। ନୟାପଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି।