ନୂଆଦିଲ୍ଲୀ : ଦେଶରେ ୩ ହଜାର ତଳକୁ ଖସୁନି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୨୦୭। ଗତକାଲି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଥିଲା ୩ହଜାର ୪୫୧ ନୂଆ ସଂକ୍ରମିତ। ୨୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଦିନକରେ ସୁସ୍ଥ ହୋଇଛନ୍ତି ୩ହଜାର ୪୧୦ ଆକ୍ରାନ୍ତ। ୨୦ ହଜାର ୪୦୩ ରହିଛି ଆକ୍ଟିଭ୍ କେସ୍ । ସୁସ୍ଥ ହୋଇଛନ୍ତି ୪ କୋଟି ୨୫ ଲକ୍ଷ ୬୦ ହଜାର ୯୦୫ ।
୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୩,୨୦୭ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୧,୦୫,୪୦୧ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ହୋଇଥିବା ୨୯ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୪,୦୯୩ରେ ପହଞ୍ଚିଛି।