ନିୟନ୍ତ୍ରଣ ହରାଇ ଓଲଟିଲା ଲୁହା ପାଇପ ବୋଝେଇ ଟ୍ରକ, ଚାଲିଗଲା ୮ ଶ୍ରମିକଙ୍କ ଜୀବନ
ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ଲୁହା ପାଇପ ବୋଝେଇ ଟ୍ରକ ଓଲଟିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଈଶ୍ୱର ଲାଲ, ବସୁ ଲାଲ, କାବା ରାମ, କାନ୍ତି ଲାଲ, ହରିଶ, ମନି ଲାଲ, ଦୁଷ୍ମନ୍ତ ସାମିଲ ରହିଛନ୍ତି। ସମସ୍ତ ମୃତକ ରାଜସ୍ଥାନ ଉଦୟପୁର ବୋଲି ଜଣାପଡିଛି।
ସୂଚନାନୁସାରେ, ପୂର୍ଣ୍ଣିଆ ଜିଲ୍ଲାରୁ ଏକ ଟ୍ରକ୍ କିଛି ଲୋକଙ୍କୁ ଧରି ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା । କିନ୍ତୁ ଜଲଲାଗଡ ଥାନା ଅନ୍ତର୍ଗତ କାଳୀ ମନ୍ଦିର ରାସ୍ତାରେ ଏହା ହଠାତ ଓଲଟି ପଡିଥିଲା । ଫଳରେ ଟ୍ରକରେ ଥିବା ୮ ଜଣ ବ୍ୟକ୍ତି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଆଉ କିଛି ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରକରେ ବୋରେଓ୍ଵଲ ଜିନିଷ ବୋଝେଇ ରହିଥିଲା। ଘଟଣା ବିଷୟରେ ଖବର ମିଳିବା ପରେ ଜଲାଲଗଢର କସବା ଥାନା ପୋଲିସ ପହଞ୍ଚିଥିଲା। ସ୍ଥାନୀୟ ଲୋକ ପାଇପ ତଳେ ଫସିଥିବା ଲୋକଙ୍କୁ ବାହାର କରିଥିଲେ।
ଘଟଣାରେ ମୃତ୍ୟୁବରଣ କରିଥିବା ଶବକୁ ପୋଷ୍ଟମର୍ଟମ ପାଇଁ ସହର ହସପିଟାଲକୁ ପଠାଯାଇଥିଲା। ସେହିପରି ଗତକାଲି ଜୋଗିଆ ଥାନା ଅଞ୍ଚଳରେ କଟୟା ଗାଁ ପାଖରେ ରାତିରେ ରାସ୍ତାରେ ଛିଡା ହୋଇଥିବା ଟ୍ରେଲକୁ ବରଯାତ୍ରୀ ଥିବା ବୋଲେରୋ ଧକ୍କା ଦେଇଥିଲା। ବରଯାତ୍ରୀରୁ ଫେରିଥିଲେ ସମସ୍ତେ। ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୩ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଗୋରଖପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେବା ସହିତ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।