ସୁପ୍ରିମ୍‌କୋର୍ଟରେ ନିଯୁକ୍ତି ସୁଯୋଗ: ମାସକୁ ମିଳିବ ୬୩,୦୬୮ ଟଙ୍କା ଦରମା, ସ୍ନାତକ ପାସ୍‌ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ସୁପ୍ରିମ୍‌କୋର୍ଟରେ ଖାଲି ପଡ଼ିଛି ଅନେକ ପଦ ପଦବୀ। ସୁପ୍ରିମକୋର୍ଟ ଅଫ୍‌ ଇଣ୍ଡିଆ (SCI) ପକ୍ଷରୁ ଜୁନିୟର କୋର୍ଟ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏ ନେଇ ଆବେଦନ କରିବାର ଶେଷ ତାରିଖ ରହିଛି ୧୦ ଜୁଲାଇ ୨୦୨୨। ଏଥିପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। ଅର୍ଥାତ୍‌, ୩୦ ବର୍ଷ କିମ୍ବା ତାଠାରୁ କମ୍‌ ବୟସର ପ୍ରାର୍ଥୀ ହିଁ କେବଳ ଏଥିପାଇଁ ଆବେଦନ କରିପାରିବେ। ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ sci.gov.in କୁ ଯାଇ ସମସ୍ତ ବିବରଣୀ ଯାଞ୍ଚ କରିପାରିବେ।

ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ଏକ ଅବ୍‌ଜେକ୍ଟିଭ୍‌ ଟାଇପ୍‌ ଲିଖିତ ପରୀକ୍ଷା ଓ ଟାଇପିଂ (ଇଂରାଜୀ) ପରୀକ୍ଷାରେ ସାମିଲ ହେବାକୁ ପଡ଼ିବ। ଟାଇପିଂ ଟେଷ୍ଟରେ କ୍ୱାଲିଫାଏ କରିଥିବା ପ୍ରାର୍ଥୀଙ୍କୁ ଏକ ଡିସ୍କ୍ରିପ୍‌ଟିଭ୍‌ ଟେଷ୍ଟ ପାଇଁ ଡକାଯିବ। ଏହା ପରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ୨୧୦ ଜଣଙ୍କୁ ଚାକିରି ମିଳିବ।

ସୁପ୍ରିମ୍‌କୋର୍ଟ ଅଫ୍‌ ଇଣ୍ଡିଆ ଜେସିଏଙ୍କ ଦରମା:

  • ପେ ମ୍ୟାଟ୍ରିକ୍ସ ଲେବଲ ୬ ଅନୁସାରେ, ନିଯୁକ୍ତି ପରେ କର୍ମଚାରୀଙ୍କୁ ମାସିକ ୩୫,୪୦୦ ଟଙ୍କା ବେସିକ୍‌ ପେ ମିଳିବ।
  • ଏଚ୍‌ଆରଏ ସମେତ ଭର୍ତ୍ତାରେ ଗ୍ରସ୍‌ ସାଲାରୀ ମାସିକ ୬୩,୦୬୮ ଟଙ୍କା ମିଳିବ।

ଶିକ୍ଷାଗତ ଯୋଗ୍ୟତା:

  • ଆବେଦନ କରୁଥିବା ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍‌ କରିଥିବା ଆବଶ୍ୟକ।
  • ଏଥିସହ କମ୍ପ୍ୟୁଟରରେ ଇଂରାଜୀ ଟାଇପିଂ ସ୍ପିଡ୍‌ ମିନିଟ୍‌କୁ ୩୫ ଶବ୍ଦ ହୋଇଥିବା ଦରକାର।
  • ଏଥିସହ ପ୍ରାର୍ଥୀଙ୍କର କମ୍ପ୍ୟୁଟରରେ ଜ୍ଞାନ ଥିବା ଦରକାର।

ବୟସ ସୀମା:

ଏହି ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ସର୍ବନିମ୍ନ ୧୮ ବର୍ଷ ଓ ସର୍ବାଧିକ ୩୦ ବର୍ଷ ହୋଇଥିବା ଆବଶ୍ୟକ।

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ ଓ ଓବିସି କାଟାଗୋରୀଙ୍କ ପାଇଁ ଆବେଦନ ଶୁଳ୍କ ରହିଛି ୫୦୦ ଟଙ୍କା।
  • ଏସ୍‌ସି, ଏସ୍‌ଟି, ଏକ୍ସ-ସର୍ଭିସମ୍ୟାନ୍‌, ଦିବ୍ୟାଙ୍ଗ, ସ୍ୱାଧୀନତା ସଂଗ୍ରାମୀଙ୍କୁ ୨୫୦ ଟଙ୍କା ଦେବାକୁ ପଡ଼ିବ।

ଏମିତି କରନ୍ତୁ ଆବେଦନ:

  • ଆବେଦନ କରିବା ପାଇଁ ପ୍ରଥମେ SCIର ଅଫିସିଆଲ ୱେବ୍‌ସାଇଟ୍‌ main.sci.gov.in କୁ ଯାଆନ୍ତୁ।
  • ସେଠାରେ ଆପଣଙ୍କୁ  ‘Recruitment Online Application for the post of Junior Court Assistant in the Supreme Court of India (Closing Date for online application:-10.07.2022 at 23.59 hours)’ ର ଲିଙ୍କ୍‌ ମିଳିବ।
  • ତାହା ଉପରେ କ୍ଲିକ୍‌ କରନ୍ତୁ।
  • ଏବେ ନିଜ ରେଜିଷ୍ଟ୍ରେସନ୍‌ କରାନ୍ତୁ।
  • ଏହା ପରେ ଆପ୍ଲିକେସନ୍‌ ଫର୍ମ ପୂରଣ କରନ୍ତୁ।
  • ଫର୍ମ ଭରିବା ପରେ ଫିସ୍‌ ପୈଠ କରନ୍ତୁ।

https://examinationservices.nic.in/examsys22/root/home.aspx?enc=Ei4cajBkK1gZSfgr53ImFY7Opz8rrhi7HiNBBVaiudRq5bUYo4p+S66Vlvi7m6Sd ଏହି ଲିଙ୍କ୍‌ରେ ଆପଣ ସୁପ୍ରିମକୋର୍ଟରେ ଚାକିରି ପାଇଁ ଆବେଦନ କରିପାରିବେ।

Also Read: ଜାଲରେ ପଡ଼ିଲା ଦୁନିଆର ସବୁଠୁ ବଡ଼ ଶାଙ୍କୁଚ, ଓଜନ ୩୦୦ କେଜି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.