କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନାଁରେ ଫେକ ହ୍ବାର୍ଟସଆପ ଆକାଉଣ୍ଟ, ଲୋକଙ୍କୁ ଟଙ୍କା ମାଗୁଛି ସାଇବର ଠକ

କଟକ(କେନ୍ୟୁଜ୍): ସାଇବର ଠକଙ୍କ ଟାର୍ଗେଟରେ କଟକ ଜିଲ୍ଲାପାଳ। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ନାଁରେ ଫେକ WhatsApp ଆକାଉଣ୍ଟ। ଡି.ପି ରେ ରହିଛି ଜିଲ୍ଲାପାଳଙ୍କ ଫଟ। ଏନେଇ କଟକ ଡିସିପିଙ୍କୁ ଅବଗତ କରିଛନ୍ତି ଜିଲ୍ଲାପାଳ। ନମ୍ବରଟି କାହା ନାଁ ରେ ପଞ୍ଜିକରଣ ହୋଇଛି ଓ ଲୋକେସନ କଣ। ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ବିଷୟକୁ ଖୋଜୁଛି ସାଇବର ଥାନା ପୋଲିସ ।ଏହି ଘଟଣାରେ ଜିଲ୍ଲାପାଳ କହିଛନ୍ତି 769691815 ନମ୍ବରରେ ମୋର ଫେକ WhatsApp ଆକାଉଣ୍ଟ କରାଯାଇଛି।

ନେଟରୁ ମୋ ଫଟ ଆଣି ଲଗାଯାଇଛି। 10 ହଜାର ଟଙ୍କିଆ ଆମାଜନ ଭାଉଚର କିଣିବାକୁ କହୁଛି ସାଇବର ଠକ। ଏବିଷୟରେ କଟକ ଡିସିପି ଏବଂ ପୋଲିସ କମିଶନରଙ୍କୁ ଜଣାଇଛି। ମୋର କଣ୍ଟାକ୍ତ ଲିଷ୍ଟକୁ ସମ୍ପର୍କରେ ମଧ୍ୟ ସେହି ବ୍ୟକ୍ତି ପାଖରେ ସୂଚନା ଅଛି। ଯାହା ଏକ ଆଶ୍ଚର୍ଯ୍ୟ କଲା ଭଳି କଥା।ଏହି ନମ୍ବରରୁ ଆସୁଥିବା ମେସେଜକୁ ଧ୍ୟାନ ଦିଅନ୍ତୁ ନାହିଁ ଓ ଏହାକୁ ବ୍ଲକ କରନ୍ତୁ। ମୋ ଷ୍ଟାଟସରେ ମଧ୍ୟ ଏ ନେଇ ମୁଁ ଜଣାଇ ସାରିଛି।ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମୋର  ଆଶା ଅଛି।

 

Leave A Reply

Your email address will not be published.